୨୦୦୪ ବ୍ୟାଚ୍ର ବନ୍ଧୁ ମିଳନ

ଭୁବନେଶ୍ୱର: ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ମସିହା ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ନେଇ ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ଶିଖରଚଣ୍ଡୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମାଆ ଶିଖରଚଣ୍ଡୀଙ୍କଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ସିଦ୍ଧାର୍ଥ ଶଙ୍କର ଶ୍ୟାମାପାଦ ଦାଶ ଓ ରଞ୍ଜନ କୁମାର ନାୟକଙ୍କ ସଂଯୋଜନାରେ ଏକ ବୈଠକ ହୋଇଥିଲା । ଏଥିରେ ଆଗାମୀ ଫେବୃଆରୀ ମାସରେ ପୁନଃ ବନ୍ଧୁମିଳନ ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ପରିସର ମଧ୍ୟରେ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । ସୁମିତ ପ୍ରଜ୍ଞା ଷଡ଼ଙ୍ଗୀ, ରଞ୍ଜୟ କୁମାର ସାହୁ, ସଞ୍ଜୟ କୁମାର ଗୁରୁ, ଅଶୋକ କୁମାର ଘଡ଼ାଇ, ଟି. ମୋହନ ଦାସ, ଦିଲ୍ଲୀପ କୁମାର ସ୍ୱାଇଁ, ଧନେଶ୍ୱର ଭୋଳ, ରଙ୍ଗନାଥ ବେହେରା, ଶକ୍ତିମାନ୍ ପାତ୍ର, ଶକ୍ତି ପ୍ରସାଦ ଦାସ, କୁନା ମୁଦୁଲି, ଗୀତାଞ୍ଜଳି ଦାସ, ସସ୍ମିତା ରାଉତ, ସର୍ବେଶ୍ୱର ନାୟକ ଓ ହିମାଂଶୁ ଶେଖର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଗତ ଦିନର ସ୍ମୃତି, ଅନୁଭୂତି ଆଦାନ ପ୍ରଦାନ କରିଥିଲେ । ଏଥିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବନ୍ଧୁ ସାମିଲ ଥିଲେ ।