ୟୁସୁଫ ଓ ଇରଫାନ ପଠାନଙ୍କୁ କୋରୋନା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅନେକ ପୂର୍ବତନ କ୍ରିକେଟର ଏବେ କୋରୋନା ପଜିଟିଭ ହୋଇଥିବାର ଖବର ସାମ୍ନାକୁ ଆସିଛି। ନିକଟରେ ଭାରତରେ ଖେଳାଯାଇଥିବା ୱାର୍ଲଡ ରୋଡ଼ ସେଫଟି ସିରିଜରେ ଖେଳିଥିବା ଚାରିଜଣ ଭାରତୀୟ ଖେଳାଳି କରୋନା ପଜିଟିଭ୍ ବୋଲି ଜଣାପଡିଛି। ପ୍ରଥମେ ସଚିନ ତେନ୍ଦୁଲକର କୋରୋନା ସଂକ୍ରମିତ ହେବାର ଖବର ସାମ୍ନାକୁ ଆସିଥିଲା। ଏହା ପରେ ଅନ୍ୟ ତିନି ଖେଳାଳି ମଧ୍ୟ ପଜିଟିଭ ହୋଇଥିବାର ଜଣାପଡିଛି।

ଏହି ସବୁ ଖେଳାଳିମାନେ ହେଉଛନ୍ତି ଏସ ବଦ୍ରିନାଥ, ୟୁସୁଫ ପଠାନ ଓ ଇରଫାନ ପଠାନ। ଶନିବାର ଦିନ ସଚିନ ଟ୍ୱିଟରରେ କୋରୋନା ପଜିଟିଭ ବିଷୟରେ ଜଣାଇଥିଲେ। ଏହା ପରେ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ୟୁସୁଫ ପଠାନ ମଧ୍ୟ କୋରୋନା ପଜିଟିଭ ବିଷୟରେ ସୂଚନା ଦେଇଥିଲେ। ଗତ ରବିବାର ଦିନ ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏସ୍ ବଦ୍ରିନାଥ କୋରୋନା ପଜିଟିଭ ବାବଦରେ ଜଣାଇଥିବାବେଳେ ବର୍ତ୍ତମାନ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛନ୍ତି। ଇରଫାନଙ୍କର ନମୁନା ପରୀକ୍ଷାକୁ ଅପେକ୍ଷା କରାଯାଇଥିଲା। ସୋମବାର ରାତିରେ ଇରଫାନ୍ ଟ୍ୱିଟ୍ କରି ସେ ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି। ସୂଚନା ଥାଉ କି ନିକଟରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶେଷ ହୋଇଥିବା ୱାର୍ଲଡ ରୋଡ଼ ସେଫଟି ସିରିଜରେ ଭାରତ ଟାଇଟଲ୍ ଜିତିଥିଲା। ସଚିନ ଭାରତୀୟ ଦଳର ଅଧିନାୟକ ଥିଲେ ଏବଂ ବୀରେନ୍ଦ୍ର ସେହୱାଗ, ଯୁବରାଜ ସିଂଙ୍କ ଭଳି ବଡ ଖେଳାଳି ତାଙ୍କ ସହ ଖେଳୁଥିଲେ।

Related Articles

Leave a Reply

Your email address will not be published.

Back to top button