ଏପ୍ରିଲ ୧ରୁ ଦୈନିକ ୨ ଲକ୍ଷ ଟିକାକରଣ
ଭୁବନେଶ୍ୱର: ଏପ୍ରିଲ ୧ରୁ ରାଜ୍ୟରେ ଦୈନିକ ୨ ଲକ୍ଷ ଟିକାକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏଯାଏଁ ୨୨ ଲକ୍ଷ ୩୬ ହଜାର ୬୧୫ ଜଣଙ୍କୁ ଟିକାକରଣ କରାଯାଇଛି । ୧୩,୪୭,୭୮୭ ଜଣ ବରିଷ୍ଠ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯାଇଛି । ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆଉ ପ୍ରେସକ୍ରିପସନ ଦେବାକୁ ପଡ଼ୁନି । ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ପହଞ୍ଚିସାରିଛି । ୨୩ ଲକ୍ଷ ଟିକା ସରିଛି, ୧୭ ଲକ୍ଷ ଟିକା ମହଜୁଦ ଅଛି । ରାଜ୍ୟରେ ଏବେ ୧ ହଜାର କେନ୍ଦ୍ରରେ ଟିକା ଦିଆଯାଉଛି । ଅଧିକ ବଢାଇବା ପାଇଁ ସବୁ ଜିଲ୍ଲାପାଳଙ୍କୁ କୁହାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।