ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଲେ ପାଣ୍ଡିଆନ

ଭୁବନେଶ୍ବର : ‘୫-ଟି’ ତଥା ଯୁବ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି କୋରାପୁଟ ଗସ୍ତ ଆସିଛନ୍ତି। ଶ୍ରୀ ପାଣ୍ଡିଆନ ଶନିବାର ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୦ଟାରେ କୋରାପୁଟ ବିଏସ୍‌ଏଫ୍ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ସେଠାରୁ ଲାଣ୍ଡିଗୁଡ଼ାସ୍ଥିତ କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ‘ନୂଆ-ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ୟ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ। ଉଦ୍‌ବୋଧନ ଦେବା ଅବସରରେ ଛାତ୍ରଛାତ୍ରୀଙ୍କୁ ‘୫-ଟି’ ଅଧ୍ୟକ୍ଷଙ୍କ ସଫଳତାର ମନ୍ତ୍ର ଦେଇଛନ୍ତି। ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଦେବା ସହ କଠନ ପରିଶ୍ରମ ପାଇଁ ଉପଦେଶ ଦେଇଛନ୍ତି। ‘୫-ଟି’ ଅଧ୍ୟକ୍ଷ କହିଛନ୍ତି  ଆମ ପିଲାମାନଙ୍କ ମଧ୍ୟରେ ବହୁ ଦକ୍ଷତା ରହିଛି। ପିଲାମାନଙ୍କର ଅନ୍ତର୍ନିହିତ ଗୁଣର ପରିପ୍ରକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ନୂଆ-ଓ’ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ୟ୍ୟକ୍ରମ ପିଲାମାନଙ୍କ ସଫଳତାର ଏକ ସୋପାନ। ସଫଳ ଭବିଷ୍ୟତ ଗଢ଼ିବାରେ ‘ନୂଆ-ଓ’ ଆୟୁଧ ସାଜିବ । ଶ୍ରୀ ପାଣ୍ଡିଆନ୍‌ କହିଛନ୍ତି ଯେ ଦଶମରୁ ଗ୍ରାଜୁଏଟ୍‌ ପରେ ବାକି ୫ ବର୍ଷ କ୍ୟାରିୟର୍‌ ଗଢ଼ିବାର ସମୟ। ଏହି ସମୟରେ ଅନ୍ୟମନସ୍କ ନ ହୋଇ କଠିନ ଅଧ୍ୟବସାୟ ଜାରି ରଖିବାକୁ ହେବ। ଏହି ୫ ବର୍ଷର ପରିଶ୍ରମ ଆପଣଙ୍କୁ ଏବଂ ଆପଣଙ୍କ ପରିବାରୁ ୫୦ ବର୍ଷ ଯାଏଁ ଖୁସି ଆଣିଦେବ। ପରିଶ୍ରମ କଲେ ଯାଇ ଆମେ ନିଶ୍ଚିତ ଭାବେ ସଫଳତା ପାଇବା। ମୁଁ ସରକାରୀ ସ୍କୁଲରେ ପାଠ ପଢ଼ି ଆଇଏଏସ୍‌ ବନିଛି। କେବଳ ଜଣେ ପରୀକ୍ଷାରେ ଅଧିକ ନମ୍ବର ରଖିଦେଲେ ଜୀବନରେ ସଫଳତା ମିଳିବ ନାହିଁ। ଆମକୁ ନିଷ୍ଠାର ସହ କଠିନ ପରିଶ୍ରମ କରିବାକୁ ପଡିବ। ଗରିବ ପିଲାମାନେ ସବୁ କ୍ଷେତ୍ରରେ ସମୃଦ୍ଧ ହେବେ, କାହାଠୁ ପଛରେ ରହିବେ ନାହିଁ। ଖାଲି ପାଠ ପଢ଼ିଲେ ହେବ ନାହିଁ, ଖେଳ, ନୃତ୍ୟ, ଚିତ୍ରାଙ୍କନ, ବକ୍ତୃତା ଆଦି ସବୁ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ଜରୁରୀ।

Related Articles

Leave a Reply

Your email address will not be published.

Back to top button