ସଚିନ୍ ତେନ୍ଦୁଲକର କୋରୋନା ପଜିଟିଭ

ମୁମ୍ବାଇ: ଟିମ୍ ଇଣ୍ଡିଆର ପୂର୍ବତନ ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର କୋରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କ ପରିବାରର ଅନ୍ୟ ସମସ୍ତ ସଦସ୍ୟଙ୍କ କୋଭିଡ୍ ନମୁନା ନେଗେଟିଭ୍ ରହିଥିବା ବେଳେ ସେ ହୋମ୍ କ୍ବାରେଣ୍ଟାଇନରେ ଥିବା ସଚିନ୍ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ନିକଟରେ ସଚିନ୍ ତେନ୍ଦୁଲକର ରୋଡ୍ ସେଫ୍ଟି ୱାର୍ଲ୍ଡ ସିରିଜ୍ ଟି-୨୦ ଲିଗ୍‌ରେ ଭାରତକୁ ଚାମ୍ପିଅନ୍ କରାଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ୍ ଫାଇନାଲରେ ଭାରତ ଲିଜେଣ୍ଡସ ପ୍ରତିପକ୍ଷ ଶ୍ରୀଲଙ୍କା ଲିଜେଣ୍ଡସକୁ ଫାଇନାଲରେ ପରାସ୍ତ କରି ଏହି ଟ୍ରଫି ହାସଲ କରିଥିଲା। ସଚିନ୍ ତାଙ୍କ ଅନ୍ତର୍ଜାତୀୟ କ୍ୟାରିଅରରେ ୨ ଶହ ଟେଷ୍ଟ୍ ଖେଳିଥିବା ବେଳେ ୧୦୦ଟି ଅନ୍ତର୍ଜାତୀୟ ଶତକ ମଧ୍ୟ କରିଛନ୍ତି। ତେବେ କୋଭିଡ୍ ସଂକ୍ରମିତ ଭାବେ ଚିହ୍ନଟ ହେବା ପରେ ସଚିନ୍ ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତ ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି।

ତେବେ ତାଙ୍କଠାରେ କୋଭିଡ୍ ସଂକ୍ରମିତଙ୍କର ସାମାନ୍ୟ ଲକ୍ଷଣ ମଧ୍ୟ ପ୍ରକାଶ ପାଇଥିବା ସଚିନ୍ ଟ୍ବିଟର୍ ମାଧ୍ୟମରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ ଅଦ୍ୟାବଧି ଖେଳାଳିମାନଙ୍କ ମଧ୍ୟରୁ ସଂକ୍ରମିତ ହୋଇଥିବା ସେଲିବ୍ରିଟିଙ୍କ ମଧ୍ୟରେ ସଚିନ୍ ହେଉଛନ୍ତି ସବୁଠାରୁ ବଡ଼ ନାମ। ଏହି ଖେଳାଳି ଜଣକ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବରେ କ୍ରିକେଟ୍‌ପ୍ରେମୀଙ୍କ ନିକଟରେ ବେଶ୍ ପରିଚିତ। ଅବସର ପରେ ବି ଲିଜେଣ୍ଡ୍‌ସ କ୍ରିକେଟରେ ତାଙ୍କୁ ଦେଖିବା ସକାଶେ ରାୟପୁର ଷ୍ଟାଡିୟମରେ ଯଥେଷ୍ଟ ଭିଡ଼ ଜମିଥିଲା। ଅବସର ନେବାର ୮ ବର୍ଷ ପରେ ବି ସଚିନଙ୍କ କ୍ରେଜ କମିନାହିଁ। ସେହିପରି ସଚିନ୍ କୋଭିଡ୍ ସଂକ୍ରମଣ କାରଣରୁ ଗତ ବର୍ଷ ତାଙ୍କର ଜନ୍ମଦିନ ପାଳନ କରି ନ ଥିଲେ। ସେହିପରି କୋଭିଡ୍ ସଂକ୍ରମିତଙ୍କ ପାଇଁ ବ୍ୟବହାର ହେଉଥିବା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସଚିନ୍ ୫୦ ଲକ୍ଷ ଟଙ୍କା ଦାନ କରିଥିଲେ।

Related Articles

Leave a Reply

Your email address will not be published.

Back to top button