ପରେଶ ରାୱଲଙ୍କୁ କରୋନା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୬୨ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଫଳରେ କ୍ରମାଗତ ୩ୟ ସପ୍ତାହରେ ପୂର୍ବ ଦିନ ତୁଳନାରେ ଦିନକୁ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇଚାଲିଛନ୍ତି। ସେହିପରି ଦେଶରେ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସ।ଧୀନ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷକୁ ଅତିକ୍ରମ କରିଛି। ଦେଶରେ ଆଜି ପର୍ଯ୍ୟନ୍ତ ୧ କୋଟି ୧୯ ଲକ୍ଷରୁ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇସାରିଥିବା ବେଳେ ସୁସ୍ଥତା ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷରୁ ଊର୍ଦ୍ଧ୍ବ ହୋଇସାରିଛି। ଏହାଛଡ଼ା ଶନିବାର ପୂର୍ବାହ୍ନ ସୁଦ୍ଧା ଦେଶରେ ୧ ଲକ୍ଷ ୬୧ ହଜାର ଉପରେ ସଂକ୍ରମିତଙ୍କର ପ୍ରାଣହାନି ଘଟିସାରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଚଳଚ୍ଚିତ୍ର ଅଭିନେତା ପରେଶ ରାୱଲ୍ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ ସୋସାଲ୍ ମିଡିଆ ମାଧ୍ୟମରେ ଏହି ସୂଚନା ଦେବା ସହ ଗତ ୧୦ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତିଟି ବ୍ୟକ୍ତିବିଶେଷ ନିଜର କୋଭିଡ୍ ଟେଷ୍ଟ୍ କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ତାଙ୍କର ପ୍ରଶଂସକ ଓ ଶୁଭେଚ୍ଛୁମାନେ ଆଶୁ ଆରୋଗ୍ୟ କାମନା କରିଥିବା ବେଳେ ଅନୁପମ ଖେର୍, ରଣବୀର ଶୋରେ ଓ ତାରକା ମେହତା କା ଉଲଟା ଚଷମା ଧାରାବାହିକର ପ୍ରଯୋଜକ ଆସିତ୍ କୁମାର ମୋଦୀ ଟ୍ବିଟ୍ କରି ଭଗବାନଙ୍କ ନିକଟରେ ତାଙ୍କର ସୁସ୍ଥତା କାମନା କରିଛନ୍ତି। ପରେଶ ଗତ ମାର୍ଚ୍ଚ ୯ ତାରିଖରେ କୋଭିଡ୍ ଟିକାର ପ୍ରଥମ ଡୋଜ୍ ଦେଇଥିଲେ। ଟିକା ନେବା ସମୟର ଫଟୋ ସେ ଟ୍ବିଟରରେ ଶେୟାର୍ କରିବା ସହ ସ୍ବାସ୍ଥ୍ୟକର୍ମୀ ଓ ବୈଜ୍ଞାନିକଙ୍କୁ ଏହି ଟିକା ପାଇଁ ଧନ୍ୟବାଦ ଦେଇଥିଲେ। ଏଥିସହ ‘ଭି’ ସଂକେତ ଦେଖାଇବା ସହ ଏହା ଭ୍ୟାକସିନର ପ୍ରତୀକ ବୋଲି କହିଥିଲେ।

Related Articles

Leave a Reply

Your email address will not be published.

Back to top button