ଗ୍ଲୋବାଲ ଆୟୁର୍ବେଦିକ ଫେଷ୍ଟିଭାଲ ୨୦୨୩ ଉପରାଷ୍ଟ୍ରପତିଙ୍କ ଦ୍ଵାରା ଉଦଘାଟିତ

ନୂଆଦିଲ୍ଲୀ: ପଞ୍ଚମ ଆୟୁର୍ବେଦ ଗ୍ଲୋବାଲ ଫେଷ୍ଟିଭାଲ ୨୦୨୩ କେରଳସ୍ଥିତ ତିରୁବନ୍ତପୁରମ ଠାରେ ଗତକାଲି ଠାରୁ ଆରମ୍ଭ ହୋଇଛି। ଆସନ୍ତା ମଙ୍ଗଳବାର ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆୟୁର୍ବେଦ ମହାକୁମ୍ଭକୁ ଉପରାଷ୍ଟ୍ରପତି ଶ୍ରୀ ଜଗଦୀଶ ଧନଖର ଶୁଭ ଉଦଘାଟନ କରିଛନ୍ତି। ସେ ସହିଛନ୍ତି ଯେ, ଆମ ଦେଶର ଏହି ଶାଶ୍ୱତ ଚିକିତ୍ସା ଶାସ୍ତ୍ର ରେ ଲୁଚି ରହିଛି ଶତାୟୁ ହେବାର ରହସ୍ୟ ଯାହାକୁ ଭରସା କରି ଆମର ପୂର୍ବଜ ମାନେ ମହର୍ଷି ଚରକ, ସୁଶୃତ ଙ୍କ ଚିକିତ୍ସା ଶାସ୍ତ୍ର କୁ ଉପଯୋଗ କରି ଦୀର୍ଘାୟୁ ହୋଇପାରୁଥିଲେ। ଆଜି ସେଇ ଆୟୁର୍ବିଜ୍ଞାନକୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଓ ଦେଶ ବିଦେଶରେ ଗୁରୁତ୍ୱ ପ୍ରଦାନ କରାଯାଉଛି,ଏହା ଉପରେ ଗବେଷଣା କରିବାର ସମୟ ଆସିଯାଇଛି। ଭାରତ ସରକାରଙ୍କ ମିନିଷ୍ଟ ଅଫ ଆୟୁଷ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଆୟୁର୍ବେଦିକ ମହାକୁମ୍ଭ ରେ୭୫ଦେଶରୁ୭୫୦୦ ବିଦେଶ ପ୍ରତିନିଧି ଯୋଗ ଦେଇଛନ୍ତି। ଆନ୍ତର୍ଜାତୀୟ ଆଲୋଚନା ଚକ୍ର, ଜାତୀୟ ଆୟୁଷ ଆରୋଗ୍ୟ ଏକ୍ସପୋ ୨୦୨୩, ଆନ୍ତର୍ଜାତୀୟ ଆୟୁର୍ବେଦିକ ବ୍ୟବସାୟ ମେଳା, ଆୟୁର୍ବେଦିକ ଔଷଧୀୟ କଂକ୍ଲେଭ, ଆୟୁର୍ବେଦିକ ଏମଏସଏମଇ ମିଟ, ସିଙ୍ଗଲ ଡ୍ରଗ କଂକ୍ଲେଭ, ଔଷଧୀୟ ବୃକ୍ଷ ଚାଷୀ ମେଳା, ଆୟୁର୍ବେଦିକ ଇନଭେଷ୍ଟର ମିଟ, ଆୟୁର୍ବେଦିକ ଫିଉଚର କଂକ୍ଲେଭ ,ବିଭିନ୍ନ ପାରମ୍ପରିକ ଔଷଧ ଓ ଚିକିତ୍ସା ନେଇ ବିସ୍ତ୍ରୁତ ଆଲୋଚନା ହେଉଛି। କେନ୍ଦ୍ର ସରକାର ଓ ବିଦେଶ ର ବହୁରାଜଦୂତ, ମନ୍ତ୍ରୀ, ପଲିସି ମେକାର ଏଥିରେ ଯୋଗ ଦେଇଛନ୍ତି।କେଦ୍ର ଆୟୁଷ ମନ୍ତ୍ରୀ, କେରଳ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ,ପଶୁ ସମ୍ପଦ ମନ୍ତ୍ରୀ ଓ ତୁଙ୍ଗ ପ୍ରଶାସନିକ ଅଧିକାରୀ ଯୋଗ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button