ଟି-୨୦ରୁ ସନ୍ୟାସ ନେବେ ବିରାଟ

ନୂଆଦିଲ୍ଲୀ: ଆଇସିସି ବିଶ୍ବକପ୍‌ ୨୦୨୩ରେ ଧମାକାଦାର ପ୍ରଦର୍ଶନ ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏକ ବଡ଼ ଘୋଷଣା କରିଛନ୍ତି। କୋହଲି ଏହି ବିଶ୍ବକପ୍‌ରେ ୧୧ଟି ମ୍ୟାଚ୍‌ ଖେଳି ସର୍ବାଧିକ ୭୬୫ ରନ୍‌ କରିଛନ୍ତି। ହେଲେ ଫାଇନାଲ୍‌ରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇପାରିନାହିଁ। ଏବେ ବିରାଟଙ୍କର ଏକ ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି। ଆପଣ ଜାଣନ୍ତି ଯେ ଏବେ ଭାରତୀୟ ଟିମ୍‌ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟିକତ୍ବରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ଘରୋଇ ଟି ୨୦ ସିରିଜ୍‌ ଖେଳୁଛି। ଆରମ୍ଭ ୩ ମ୍ୟାଚ୍‌‌ରେ ଭାରତ ୨-୧ରେ ଆଗରେ ରହିଛି।  ବିରାଟ ଦକ୍ଷିଣ ଆଫ୍ରିକା ସହ ଏକ ଦିନିକିଆ ଟି-୨୦ଖେଳିବାକୁ ମନା କରି ଦେଇଛନ୍ତି। ଏକ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କ‌ୋହଲି ଏକ ଦିନିକିଆ ଟି-୨୦ରୁ ସନ୍ୟାସ ନେବାକୁ ସ୍ଥିର କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚରେ ଭାରତକୁ କ୍ରମାଗତ ଝଟକା ଲାଗିଲା ପରେ ବିରାଟ କୋହଲି ଓ କେଏଲ୍‌ ରାହୁଲ ଧୈର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ। ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିରାଟ କୋହଲି ନିଜର ୨୯୨ତମ ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚରେ ୭୨ତମ ଅର୍ଦ୍ଧଶତକ ହାସଲ କରିଥି‌ଲେ। ସେ ଏହି ଅର୍ଦ୍ଧଶତକ ହାସଲ କରିବା ପାଇଁ ୫୬ଟି ବଲ୍‌ ଖେଳିଥିଲେ। ଏଥିରେ କୋହଲିଙ୍କ ୪ଟି ଚୌକା ସାମିଲ ରହିଥିଲା।

Related Articles

Leave a Reply

Your email address will not be published.

Back to top button