ଶୀତକାଳୀନ ଅଧିବେଶନ : କେନ୍ଦ୍ର ଡାକିଲା ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ସଂସଦ ଶୀତକାଳୀନ ଅଧିବେଶନ । ତେବେ ସୁଚାରୁରୂପେ ଗୃହକାର୍ୟ୍ୟ ସମ୍ପାଦନ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡକାଗଲା ସର୍ବଦଳୀୟ ବୈଠକ । ଡିସେମ୍ବର ୨ ଦିନ ୧୧ଟାରେ ଏହି ସର୍ବଦଳୀୟ ବୈଠକ ବସିବାକୁ ଯାଉଥିବା ବେଳେ ସମସ୍ତ ଦଳୀୟ ନେତା ଏଥିରେ ସାମିଲ ହେବାକୁ ଅପିଲ କରାଯାଇଛି । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୨୨ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୫ ସିଟିଂ ଓ ୧୯ଟି କାର୍ୟ୍ୟଦିବସ ରହିଛି । ଆଜି ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନଭେମ୍ବର ୯ ତାରିଖ ଦିନ ସୂଚନା ଦେଇଥିଲେ । ଯଦିଓ ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଥାଏ କିନ୍ତୁ ଚଳିତ ଥର ଡିସେମ୍ବର ୩ରେ ପାଞ୍ଚଟି ରାଜ୍ୟରେ ହୋଇଥିବା ମତଦାନର ଭୋଟ୍ ଗଣନା ଚାଲିଥିବା ହେତୁ ଏହା ୨ ଦିନ ପୂର୍ବରୁ ଅନୁଷ୍ଠିତ ହେବାକୁ ଯାଉଛି ।

Related Articles

Leave a Reply

Your email address will not be published.

Back to top button