ଡିସେମ୍ବର ପହିଲାରୁ ବଢ଼ିବ ଶୀତର ପ୍ରକୋପ

ଭୁବନେଶ୍ୱର: ଡିସେମ୍ବର ପ୍ରଥମ ସପ୍ତାହରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । ୧ ତାରିଖରୁ ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ୩ରୁ ୪ଡିଗ୍ରୀ  କମିବ । ଉତ୍ତର ଆଭ୍ୟନ୍ତରଣରେ ୨ଡିଗ୍ରୀ  କମିପାରେ । ଉପକୂଳ ଓଡ଼ିଶାରେ ଡିସେମ୍ବର ପହିଲାରୁ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ । ୨ ତାରିଖରୁ ତାପମାତ୍ରା କମିବା ନେଇ ଆକଳନ କରିଛନ୍ତି ବରିଷ୍ଠ ପାଣିପାଗ  ବିଶେଷଜ୍ଞ ପ୍ରଫେସର ଡ.ସୁରେନ୍ଦ୍ରନାଥ ପଶୁପାଳକ । ଆସନ୍ତା ୨୫ ତାରିଖରେ କେନ୍ଦ୍ରୀୟ  ଦକ୍ଷିଣ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ  ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି  ହେବ। ବିଷୁବରେଖାର ପାଖରେ ଥିବାରୁ  ଦୁଇ ଦିନ ଯାଏ ଘନୀଭୂତ ହେବନି । ୨୭ରେ ଏହା ଲଘୁଚାପରେ ପରିଣତ ହେବ । ୨୮ରେ ଏହା ଅବପାତ ହେବା ସହ ୩୦ରେ ବାତ୍ୟା ରୂପ ନେବ। ଡିସେମ୍ବର ୨ରେ ଏହା ବାଂଲାଦେଶର  ଦକ୍ଷିଣ ଉପକୂଳକୁ ସ୍ପର୍ଶ କରିବ । ତେବେ ସମ୍ଭାବ୍ୟ ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।

Related Articles

Leave a Reply

Your email address will not be published.

Back to top button