ହୀରାକୁଦରୁ ଉତ୍ତରକାଶୀ ଗଲା ସ୍ୱତନ୍ତ୍ର ଅଗର ମେସିନ

ଭୁବନେଶ୍ୱର:୧୩ ଦିନ ହେବ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି଼ ଉତ୍ତରାଖଣ୍ଡ ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସିଥିବା ୪୧ ଶ୍ରମିକ। ସେମାନଙ୍କୁ ଉଦ୍ଧାର କରିବାପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତେ ଲାଗିପଡ଼ିଛନ୍ତି। ଏହି ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉତ୍ତରାଖଣ୍ଡ ଉତ୍ତରକାଶୀକୁ ଯାଇଛି ହୀରାକୁଦରୁ ସ୍ୱତନ୍ତ୍ର ଅଗର ମେସିନ। ଟନେଲ ଟ୍ରାଜେଡିର ଖନନ କାମରେ ଏହି ମେସିନ ଲଗାଯିବ। ଏହି ସ୍ୱତନ୍ତ୍ର ଖନନ ମେସିନଟି ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାମ କରୁଥିବା ଏକ ଠିକା ସଂସ୍ଥାର। ମେସିନକୁ ହୀରାକୁଦରୁ ଟ୍ରେନରେ ରାୟପୁର ନିଆଯାଇଥିଲା। ସେଠାରୁ ଏକ ଟ୍ରଲରରେ ଗ୍ୱାଲିୟର ନିଆଯାଇଥିଲା। ଗ୍ୱାଲିୟରରୁ ବାୟୁସେନାର ବିମାନରେ ଉତ୍ତରକାଶୀକୁ ନିଆଯାଇଛି। ଏହାର ଓଜନ ହେଉଛି ୩୮୦ ଟନ। ତେଣୁ ଭାଗ ଭାଗ କରି ନିଆଯାଇଛି। ଉତ୍ତରକାଶୀରେ ପୁଣି ଆସେମ୍ବୁଲ୍ କରି କାମରେ ଲଗାଯିବ। ଅନ୍ୟପକ୍ଷରେ ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କ ଉଦ୍ଧାର କରିବା ପାଇଁ ଚାଲିଥିବା କାର୍ୟ୍ୟ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛି। ଏପର୍ୟ୍ୟନ୍ତ ସମୁଦାୟ ୪୮ ମିଟର ପାଇପ୍‌ ଡ୍ରିଲିଂ କରାଯାଇ ସରିଛି। ଶ୍ରମିକଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଆଉ ୧୬.୨ ମିଟର ଡ୍ରିଲିଂ ବାକି ଥିବା ଜଣାଯାଇଛି।

Related Articles

Leave a Reply

Your email address will not be published.

Back to top button