କୋଶଳୀ ଭାଷାରେ ବିଧାନସଭାରେ ପ୍ରଶ୍ନୋତ୍ତର

ଭୁବନେଶ୍ୱର: ସ୍ୱାଭାବିକ ହେଲା ବିଧାନସଭା ପ୍ରଶ୍ନକାଳ । ପ୍ରଥମେ ଶକ୍ତି ବିଭାଗ ଉପରେ ଆଲୋଚନା, ପରେ ଆଦିବାସୀ ଜମି ପ୍ରସଙ୍ଗ । କୋଶଳୀ ଭାଷାରେ ଚାଲିଲା ପ୍ରଶ୍ନ ଉତ୍ତର । ଦୁଇ ଦିନ ହଟ୍ଟଗୋଳ ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭା ପ୍ରଶ୍ନକାଳ । ପ୍ରଥମେ ଶକ୍ତି ବିଭାଗ ଉପରେ ଆଲୋଚନା ହେବା ପରେ ଆରମ୍ଭ ହୋଇଥିଲା ଆଦିବାସୀ ଜମି କିଣାବିକା ପ୍ରସଙ୍ଗ । କୋଶଳୀ ଭାଷାରେ ହୋଇଥିଲା ବିଧାନସଭାରେ ପ୍ରଶ୍ନୋତ୍ତର । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିଲେ । ଆଉ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କୋଶଳୀ ଭାଷାରେ ଉତର ମଧ୍ୟ ଦେଲେ । ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଥିବା ବେଳେ ବିଧାନସଭାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇ ଦିନ ପରେ ହଟଗୋଳ ପରେ ଆଜି ବିଧାନସଭା ସୁରୁଖୁରୁରେ ଆରମ୍ଭ ହୋଇଥିଲା । ପ୍ରଥମେ ଶିଳ୍ପ ବିଭାଗ ଉପରେ ଆଲୋଚନା ହୋଇଥିଲା । ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିବା ପରେ କୋଶଳି ଭାଷାରେ ଉତ୍ତର ରଖିଥିଲେ ମନ୍ତ୍ରୀ । ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ ପ୍ରସଙ୍ଗକୁ ନେଇ ଦୁଇ ଦିନ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

Related Articles

Leave a Reply

Your email address will not be published.

Back to top button