ଅନ୍‌ଲାଇନରେ ବିକ୍ରି ହେଲା ନିର୍ମାଲ୍ୟ, ଖଜା ଓ ତୁଳସୀ, ଥାନାରେ ଏତଲା

ପୁରୀ:  ଆମାଜନ୍  ମହାପ୍ରଭୁଙ୍କ ନିର୍ମାଲ୍ୟକୁ ଅନଲାଇନରେ ବିକ୍ରୀ କରୁଥିବା ନେଇ ସିଂହଦ୍ଵାର ଥାନାରେ ଏତଲା । ଛାମୁ ଖୁଣ୍ଟିଆ ନିଯୋଗ ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ଵାର ଥାନାରେ ଦେଇଛନ୍ତି ଏତଲା । ଶମ୍ଭୁନାଥଙ୍କ ଅଭିଯୋଗ ଅନୁଯାୟୀ ଆମାଜନ୍ ଅନଲାଇନ ମାଧ୍ୟମରେ ମହାପ୍ରଭୁଙ୍କ ନିର୍ମାଲ୍ୟ, ତିନୋଟି ଖଜା ଓ ତୁଳସୀ ବିକ୍ରୀ କରୁଛି । ଏହାର ଦାମ୍ ୧୫୦୦ ଟଙ୍କା ଥିବା ବେଳେ ରିହାତି ଆକାରରେ ୭୯୯ ଟଙ୍କା ନେଉଛି । ତେବେ ଶ୍ରୀମନ୍ଦିର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଅନଲାଇନ ସଂସ୍ଥାକୁ ଏଭଳି ବେଆଇନ ଭାବେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରି କରିବାକୁ ଅନୁମତି ଦିଆଯାଇନଥିବା ବେଳେ କାହା ନିର୍ଦ୍ଦେଶରେ ସେ ଏଭଳି କାର୍ୟ୍ୟ କରୁଛି ବୋଲି ପ୍ରଶ୍ନ କରିଛନ୍ତି ଶମ୍ଭୁନାଥ । ଏନେଇ ଆମାଜନ୍ ମାଲିକଙ୍କ ବିରୋଧରେ ଶମ୍ଭୁନାଥ ଖୁଣ୍ଟିଆ ସିଂହଦ୍ଵାର ଥାନାରେ ଏତଲା ଦେଇଥିବା ବେଳେ ତୁରନ୍ତ ଏହା ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ଶାଳଗ୍ରାମ ଶିଳା ଓ ଉତ୍ସବ ଆପ ମହାପ୍ରଭୁଙ୍କ ନାଁ ରେ ମହାପ୍ରସାଦ ଓ ଶାଳଗ୍ରାମ ବିକ୍ରି ଅରୁଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ଏଭଳି ଅସାଧୁ ଅନଲାଇନ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି।

Related Articles

Leave a Reply

Your email address will not be published.

Back to top button