ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ, ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲା ଭାରତ

ନୂଆଦିଲ୍ଲୀ: ଭାରତର ଅର୍ଥନୀତିର ଆକାର ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ଏହା ସହିତ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଜିଡିପି ଲାଇଭ ତଥ୍ୟ ଦର୍ଶାଉଛି ଯେ, ୧୮ ନଭେମ୍ବରର ବିଳମ୍ବିତ ରାତିରେ ଭାରତ ଏହି ମାଇଲଖୁଣ୍ଟ ହାସଲ କରିଛି। ନଭେମ୍ବର ୧୮ ତାରିଖ ରାତି ପ୍ରାୟ ୧୦:୩୦ ସମୟରେ, ଭାରତର ଜିଡିପି ଆକାର ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ବର୍ତ୍ତମାନ ଏହା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାକୁ ଅତି ନିକଟତର ହୋଇଛି। ଚତୁର୍ଥ ମାନ୍ୟତା ଜର୍ମାନୀ ଏବଂ ଭାରତର ଜିଡିପି ମଧ୍ୟରେ ପାର୍ଥକ୍ୟ ବର୍ତ୍ତମାନ ବହୁତ କମ୍ ଅଛି।

Related Articles

Leave a Reply

Your email address will not be published.

Back to top button