ଫାଇନାଲ ପୂର୍ବରୁ ପିଚ୍ ଅନୁଧ୍ୟାନ କଲେ ରୋହିତ-ଦ୍ରାବିଡ

ନୂଆଦିଲ୍ଲୀ: ରବିବାର ବିଶ୍ବକପ ଫାଇନାଲ ମ୍ୟାଚ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ସମୟ ଯେତିକି ପାଖଉଛି ଦର୍ଶକଙ୍କ ମଧ୍ୟରେ ସେତିକି ଉତ୍ସାହ ବଢୁଛି । ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପିଚ୍‌ ସ୍ଥିତି ପରଖିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ । ଦୀର୍ଘ ସମୟ ଧରି ରୋହିତ ଓ ଦ୍ରାବିଡଙ୍କ ସହ ବ୍ୟାଟିଂ କୋଚ ବିକ୍ରମ ରଥୋର, ବୋଲିଂ କୋଚ ପରାସ ମହାମ୍ବ୍ରେ ଏବଂ ଫିଲ୍ଡିଂ କୋଚ ଟି. ଦିଲୀପ ପିଚ୍ ଅନୁଧ୍ୟାନ କରିଥିଲେ । ଏଥିସହ ସମସ୍ତ ଭାରତୀୟ ଖେଳାଳି ଫାଇନାଲ ମୁକାବିଲା ପାଇଁ ଅଭ୍ୟାସ ମଧ୍ୟ କରିଥିଲେ । ଅଧିନାୟକ ରୋହିତ ଶର୍ମା, କେଏଲ ରାହୁଲ, ଜାଡେଜା ଅଭ୍ୟାସ କରିଥିଲେ । ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଦଳକୁ ମାତ୍ ଦେଇ ଟ୍ରଫି ହାତେଇବାକୁ ଭାରତୀୟ ଦଳ ଜୋରଦାର ଅଭ୍ୟାସ ଜାରି ରଖିଛି । ନଭେମ୍ବର ୧୬ ତାରିଖରେ ଅହମ୍ମଦାବାଦରେ ପହଞ୍ଚିଥିଲେ ଭାରତୀୟ ଖେଳାଳି । ସେହିପରି ଫାଇନାଲ ମୁକାବିଲା ପାଇଁ ଶୁକ୍ରବାର ଅହମ୍ମଦାବାଦରେ ପହଞ୍ଚିଛନ୍ତି ଅଷ୍ଟ୍ରେଲିଆ ଖେଳାଳି । ଅଷ୍ଟମ ଥର ପାଇଁ ବିଶ୍ବକପରେ ଫାଇନାଲ ଖେଳିବାକୁ ଯାଉଛି କଙ୍ଗାରୁ ଟିମ । ଭାରତ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି । ଏଣୁ ଫାଇନାଲ ମ୍ୟାଚରେ ଭାରତର ପ୍ରଦର୍ଶନ ଉପରେ ସମସ୍ତଙ୍କ ରହିଛି ନଜର ।

Related Articles

Leave a Reply

Your email address will not be published.

Back to top button