ମିଳିଲାନି ଟିକଟ, ମିଥୁନ ହତାଶ

କଲକାତା: ସ୍ୱତନ୍ତ୍ର ଭାବେ ଦଳରେ ମିଶିଲେ ଏବଂ ପଶ୍ଚିମବଙ୍ଗ ମତଦାତା ତାଲିକାରେ ନିଜର ନାମ ପଞ୍ଜୀକରଣ କଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ନିଜକୁ ‘କୋବ୍ରା’ ବୋଲି ଦର୍ଶାଇ ‘ଥରେ ଦଂଶନ କଲେ ବ୍ୟକ୍ତି ଫଟୋ ହୋଇଯିବ’ ବୋଲି ବାହୁସ୍ପୋଟ ମାରିଲେ । ଏହା ସତ୍ତ୍ୱେ ତାଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଟିକଟ ମିଳିଲା ନାହିଁ । ଏହା ହେଉଛି ବଲିଉଡର ପୂର୍ବତନ ତାରକା ମିଥୁନ ଚକ୍ରବର୍ତ୍ତୀଙ୍କ କଥା । ସେ ବାରମ୍ବାର ଦଳ ବଦଳ କରି ଗତ ମାସରେ ବିଜେପିରେ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ଦେଖିଥିଲେ । ମଙ୍ଗଳବାର ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ବିଜେପିର ୧୩ ଜଣିଆ ପାର୍ଥି ତାଲିକାରେ ତାଙ୍କ ନାମ ନଥିବାରୁ ସେ ତାଙ୍କର ସବୁ ସ୍ୱପ୍ନ ମଉଳି ଯାଉଛି । ପଶ୍ଚିମବଙ୍ଗରେ ରାସବିହାରୀ ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବା ଥିଲା, କିନ୍ତୁ ସେଠାରୁ ଲେଫ୍ଟନାଣ୍ଟ ଜେନେରାଲ ସୁବ୍ରତ ଶାହାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏତଦ ବ୍ୟତୀତ କାଶୀପୁର-ବେଲଗଛିଆ ଉପରେ ସେ ନଜର ରଖିଥିଲେ ମଧ୍ୟ ସେଠାରୁ ଶିବାଜୀ ସିହ୍ନା ରାୟଙ୍କୁ ପ୍ରାର୍ଥୀ କରାଯାଇଛି । ଏ ସମ୍ପର୍କରେ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

Related Articles

Leave a Reply

Your email address will not be published.

Back to top button