ଦେଶରେ ଆରମ୍ଭ ହେବ ଏଆର ଟ୍ୟାକ୍ସି

ନୂଆଦିଲ୍ଲୀ: ଦିଲ୍ଲୀ-ଏନିସିଆର ଆକାଶରେ ଉଡିବ ଟ୍ୟାକ୍ସି। ଟ୍ୟାକ୍ସ କେମିତି ଉଡିବ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି! ଏହା ଟ୍ୟାକ୍ସି ନୁହେଁ ତ ଏଆର ଟ୍ୟାକ୍ସି। ଇଣ୍ଡିଗୋ କମ୍ପାନୀର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜ ଦେଶରେ ଅଲ ଇଲେକ୍ଟ୍ରି ଏଆର ଟ୍ୟାକ୍ସି ସେବା ଆରମ୍ଭ କରିବାକୁ ଯାଉଛି। ଏହି ସେବା ୨୦୨୬ସୁଦ୍ଧା ଆରମ୍ଭ ହେବ ବୋଲି କମ୍ପାନୀ ଯୋଜନା ପ୍ରସ୍ତୁତ କରିଛ। ଦିଲ୍ଲୀରୁ ଗୁରଗ୍ରାମକୁ ପ୍ରାୟ ୨୯କିମି ଯାତ୍ରା କରିବା ପାଇଁ ଯେତେବେଳେ ୬୦ରୁ ୯୦ମିନିଟ୍‌ ଲାଗିଯାଉଥିଲା ଏବେ କେଇ ମିନିଟରେ ସେଠାରେ ଯାଇ ପହଞ୍ଚିହେବ। ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜ କମ୍ପାନୀ ଏହି ପ୍ରୋଜେକ୍ଟ ପାଇଁ କାଲିଫର୍ଣ୍ଣିଆର ପ୍ରମୁଖ ଇଲେକ୍ଟ୍ରିକ ଏଆର ଟ୍ୟାକ୍ସି ଆର୍ଚର ଏଭିଏଶନ ସହ ଚୁକ୍ତି କରିଛି। କମ୍ପାନୀ କହିଛି, ଏହି ଟ୍ୟାକ୍ସରେ ଡ୍ରାଇଭର ବ୍ୟତୀତ ଆହୁରି ୪ଜଣ ବସିବାର କ୍ଷମତା ରହିଛି। ଏହି ଟ୍ୟାକ୍ସିର ନାମ ମିଡନାଇଟ ରହିଛି। ଏହି ଏଆର ଟ୍ୟାକ୍ସି ଥରେ ଚାର୍ଜ ହେଲେ ୧୫୦କିମି ଯାତ୍ରାକରିପାରିବା ସହ ବ୍ୟାକ୍‌ ଟୁ ବ୍ୟାକ୍‌ ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ହୋଇଛି ବୋଲି କମ୍ପାନୀ ଇଣ୍ଟରଗ୍ଲୋବ କହିଛି।

Related Articles

Leave a Reply

Your email address will not be published.

Back to top button