ଆଜି ହେଉଛି ମାଣ୍ଡିଆ ଦିବସ

ବହୁ ପ୍ରାଚୀନ କାଳରୁ ଓଡ଼ିଶାର ଜନଜାତି ବର୍ଗର ଅଂଚଳରେ ମାଣ୍ଡିଆ ଏକ ପ୍ରମୁଖ ଖାଦ୍ୟ ଭାବରେ ବିବେଚନା ହୋଇ ଆସିଛି। ଅଧିକ ପୁଷ୍ଟିକର ଖାଦ୍ୟ ହୋଇଥିବାରୁ ଏହାକୁ ଲୋକପ୍ରିୟ କରାଇବାରେ ଆମ ଓଡ଼ିଶାର ମିଲେଟ କାର୍ଯ୍ୟକ୍ରମ କୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି।

ବାସ୍ତବରେ ମାଣ୍ଡିଆ ରେ ବହୁତ ଔଷଧୀୟ ଗୁଣ ରହିଛି।ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ମାଂଗାନିଜ, ଭିଟାମିନ ଡ଼ି ରହିଛି। ଏଥିରେ ତ୍ରିପୋଟୋଫାୟାଡ଼ ଆମିନୋ ଏସିଡ୍ ରହିଛି ଯାହାକି ଭୋକକୁ ନିୟନ୍ତ୍ରିତ କରିଥାଏ। ଅଧିକ ଫାଇବର ଥିବାରୁ ଭୋକ ଲାଗି ନ ଥାଏଅସ୍ଥି କ୍ଷୟ ରୋଗ ବା ଅଷ୍ଟ୍ରୀୟପୋରସିସ ରୋଗ ହୋଇ ନ ଥାଏ। ସର୍ବଦା ମାଣ୍ଡିଆ ଖାଉଥିବା ବ୍ୟକ୍ତିକୁ ମଧୁମେହ ରୋଗ ହୋଇନଥାଏ। ରକ୍ତରେ କୋଲେଷ୍ଟ୍ରଲ କୁ ନିୟନ୍ତ୍ରିତ କରିଥାଏ।

ମାଣ୍ଡିଆ ରେ ଆମିନୋ ଏସିଡ୍ ଭରପୁର ଥିବାରୁ ଲିଭର ରେ ଚର୍ବୀ ଜମିବାକୁ ଦେଇ ନ ଥାଏ।ତେଣୁ ଲିଭର ବା ଯକୃତ ସୁସ୍ଥ ରଖିବାରେ ମାଣ୍ଡିଆ ର ଗୁରୁତ୍ୱ ପୂର୍ଣ ଭୂମିକା ରହିଛି।ସବୁ ଦିନ ମାଣ୍ଡିଆ ଖାଉଥିବା ବ୍ୟକ୍ତି ର ନିଦ୍ରା ହୀନତା, ଅବସାଦ ଆଦି ରହି ନ ଥାଏ। ରକ୍ତରେ ହିମୋଗ୍ଲୋବିନ ସ୍ତର ଠିକ ରହିଥାଏ। ସୁନ୍ଦର ଯୁବ ସୁଲଭ ଚେହେରା ରହିଥାଏ।

ପ୍ରତେକ ଦିନ ମାଣ୍ଡିଆ ଖାଉ ଥିବା ବ୍ୟକ୍ତି ର ଅମ୍ଳପିତ, ଗ୍ୟାଷ୍ଟ୍ରିକ,ଉଦରବିକାର, ରକ୍ତ ଗତ ରୋଗ, ଶରୀର ଦାହ ବା ପୋଡାଜଳା ରୋଗ ହୋଇନଥାଏ। ମାଣ୍ଡିଆ କୁ ଉତ୍ତମ ପଥ୍ୟ ହିସାବରେ ଗ୍ରହଣ କରାଯାଇଛି। ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୟସଓ ରୋଗାକ୍ରାନ୍ତ ବ୍ୟକ୍ତି ସମସ୍ତେ ଏହାକୁ ବ୍ୟବହାର କରିପାରିବେ।

ଆୟୁର୍ବେଦ ରେ ଏହାକୁ ମୂତ୍ର କାରକ ଦ୍ରବ୍ୟ ହିସାବରେ ଗ୍ରହଣ କରାଯାଇଛି, ମୂତ୍ର କମ ମାତ୍ରା ରେ ହେଉଥିବା ସମୟରେ ଏହାକୁ ବ୍ୟବହାର କଲେ ସରଳ ଭାବେ ମୂତ୍ର ପରିତ୍ୟାଗ ହୋଇଥାଏ। ମାଣ୍ଡିଆ ଅଧିକ ରୋଚକ ଖାଦ୍ୟ। ପୃଷ୍ଟି ସାର ଭରପୁର ମାତ୍ରା ରେ ରହିଛି।ସମସ୍ତ ପ୍ରକାର ଭିଟାମିନ, ଖଣିଜ ଦ୍ରବ୍ୟ ଆଦି ଭରପୁର ମାତ୍ରାରେ ରହିବା ଯୋଗୁଁ ସବୁ ବର୍ଗର ଲୋକ ଏହାକୁ ପସନ୍ଦ କରୁଛନ୍ତି।

ଯୁବ ବୟସରେ ଧାତୁ କ୍ଷୟ ରୋଗ ସୃଷ୍ଟି ହେଲେ, ସକାଳୁ ମାଣ୍ଡିଆ ଜାଉ କରି ବ୍ୟବହାର କରିବା ପରେ ଏଥିରୁ ଉପଶମ ମିଳେ।ବର୍ତ୍ତମାନ ରାଜ୍ୟରେ ମାଣ୍ଡିଆ କୁ ନେଇ ମିଲେଟ ମିଶନ ପୋଗ୍ରାମ ଆରମ୍ଭ ହୋଇଛି।

ମାଣ୍ଡିଆର ଉପକାରୀତା ଜାଣିବା ପରେ ସମସ୍ତେ ମାଣ୍ଡିଆ ବା ରାଗି କୁ ନେଇ ମାଣ୍ଡିଆ ରୁ ସୁପ, ମାଣ୍ଡିଆ ଚା, ଚକୁଳି, ଡ୍ରିଂକ୍ସ, ଉପୁମା, ଏଡିଲି, ପକୁଡି ଆଦି କରି ଲୋକେ କରି ବ୍ୟବହାର କରି ସୁସ୍ଥ ଭାବେ ବଞ୍ଚିବାକୁ ଚାହିଁଛନ୍ତି।କଂରୋନା ସମୟରେ ବହୁ ସଂଖ୍ୟକ ରୋଗୀ କେବଳ ମାଣ୍ଡିଆ ଜାତ ଦ୍ରବ୍ୟ ବ୍ୟବହାର କରି କେବଳ ଘରେ ରହି କରୋନା ଠାରୁ ସୁରକ୍ଷିତ ହୋଇପାରିଥିଲେ।

Related Articles

Leave a Reply

Your email address will not be published.

Back to top button