ଇସ୍ତଫା ଦେଲେ ଉପବାଚସ୍ପତି

ଭୁବନେଶ୍ୱର: ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହ ଇସ୍ତଫା ଦେଇଛନ୍ତି । ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ସେ ନିଜର ଇସ୍ତଫାପତ୍ର ଦେଇଛନ୍ତି ।  ଅନୁଗୁଳର ବିଧାୟକ ରଜନୀକାନ୍ତ ସିଂ ଇସ୍ତଫା ଦେବେ ବୋଲି ବିଗତ କିଛି ଦିନ ହେଲା ଚର୍ଚ୍ଚା ହୋଇଆସୁଥିଲା । ତେବେ ବୁଧବାର ସେ ଇସ୍ତଫା ଦେଇଛନ୍ତି । ଇସ୍ତଫାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିବାବେଳେ ଦଳର ସାଂଗଠନିକ କାର୍ୟ୍ୟକୁ ଫୋକସ୍‌ କରିବା ପାଇଁ ସେ ଉପବାଚସ୍ପତି ପଦ ଛାଡ଼ିଥିବା କୁହାଯାଉଛି ।  ଅନୁଗୁଳ ବିଧାନସଭା ଆସନରୁ ୪ ଥର ବିଧାୟକ ହୋଇଥିବା ଶ୍ରୀ ସିଂହ ୨୦୧୯ ଜୁନ୍‌ ମାସରୁ ଉପବାଚସ୍ପତି ଥିଲେ । । ପୂର୍ବରୁ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେଇ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ ହେବା ସହ ଜିଲ୍ଲାରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ କାର୍ୟ୍ୟ କରୁଛନ୍ତି ।

Related Articles

Leave a Reply

Your email address will not be published.

Back to top button