ଖୋର୍ଦ୍ଧା ରୋଡ୍ ରେ ସତର୍କତା ସଚେତନତା ସପ୍ତାହ ଉଦଯାପିତ

ଭୁବନେଶ୍ବର: ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ସପ୍ତାହବ୍ୟାପୀ ଆୟୋଜିତ ହେଉଥିବା ସତର୍କତା ସଚେତନତା ସପ୍ତାହ ଶେଷ ହୋଇଛି | “ଦୁର୍ନୀତି ପାଇଁ ନା, ଜାତି ପ୍ରତି ପ୍ରତିବଦ୍ଧତା” ଏହି ବିଷୟବସ୍ତୁ ଆଧାର କରି, ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ଵାରା ସପ୍ତାହରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଆୟୋଜନ କାର୍ଯ୍ୟକ୍ରମରେ ଦୁର୍ନୀତିର ବିଭିନ୍ନ ଦିଗ ଏବଂ ସେମାନଙ୍କୁ କିପରି ଦୂର କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ରେଳ କର୍ମଚାରୀଙ୍କ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ଏବଂ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ରେଳ କର୍ମଚାରୀଙ୍କ ପାଇଁ ପ୍ରବନ୍ଧ ଏବଂ ବିତର୍କ ପ୍ରତିଯୋଗିତା ମଧ୍ୟ ଆୟୋଜିତ କରଯାଇଥିଲା l

ବିଭିନ୍ନ ରେଳ ଷ୍ଟେସନରେ ପଥ ପ୍ରାନ୍ତ୍ୟ ନାଟକ ମାଧ୍ୟମରେ, ସାଧାରଣ ଲୋକଙ୍କ ମଧ୍ୟରେ, ସମସ୍ତ କାର୍ଯ୍ୟକୁ ସଚ୍ଚୋଟ ଏବଂ ସ୍ୱଚ୍ଛ ଭାବରେ କରି ଦୁର୍ନୀତି ଦୂର କରିବାକୁ,ସଚେତନତା ସୃଷ୍ଟି କରାଯାଇଥିଲା। କର୍ମଚାରୀ ଏବଂ ରେଳ ଗ୍ରାହକଙ୍କ ପାଇଁ ଅଭିଯୋଗ ପ୍ରତିକାର ଶିବିର ଆୟୋଜିତ ହୋଇଥିଲା | ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରେଳ ପ୍ରବନ୍ଧକ ଏଚ୍.ଏସ୍.ବାଜୱା ଯୋଗଦେଇ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ୍ ଏବଂ ପୁରସ୍କାର ପ୍ରଦାନ କରିଥିଲେ |ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଆର.ଏନ. ଏ ପରିଡ଼ା ସଂଯୋଜନା କରିଥିଲେ ।

Related Articles

Leave a Reply

Your email address will not be published.

Back to top button