ଚମକିବ ପୁରୁଣା ଗହଣା

ଗହଣାର ଚମକ ମହିଳାଙ୍କ ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ଏଥିଯୋଗୁ ମହିଳାମାନଙ୍କର ଗହଣା କିଣିବାର ସଉକ ଥାଏ। ହେଲେ ଘରେ ଦୀର୍ଘଦିନ ଯାଏ ଗହଣା ରଖିଲେ ତାହା ମଳିନ ପଡ଼ିଯାଏ। ପୁଣିଥରେ ସେସବୁକୁ ଚମକାଇବାକୁ ନେଇ ଚିନ୍ତା ବଢ଼ିଯାଏ। ଯଦି ଏହି ସମସ୍ୟାକୁ ନେଇ ଚିନ୍ତିତ ଥାନ୍ତି, ତେବେ ଆଜି ଆପଣଙ୍କୁ ଆମେ କିଛି ଘରୋଇ ଉପାୟ ବିଷୟରେ କହିବୁ। ଏହାଦ୍ୱାରା ଆପଣ ନିଜର ପୁରୁଣା ଗହଣାକୁ ଚମକପ୍ରଦ କରିପାରିବେ। ଜାଣନ୍ତୁ:-

ଡିସ୍‌ ଓ୍ବାଶ୍‌ ପାଉଡର: ସୁନା କିମ୍ବା ରୂପା ଅଳଙ୍କାରକୁ ଚମକାଇବା ଲାଗି ଆପଣ ଡିସ୍‌ ଓ୍ବାଶ ପାଉଡର ବ୍ୟବହାର କରିପାରିବେ। ଏଥିଲାଗି ଏକ ପାତ୍ରରେ ଉଷୁମ ପାଣି ନିଅନ୍ତୁ। ଏଥିରେ କିଛି ଡିସ୍‌ ଓ୍ବାଶ୍‌ ପାଉଡର ମିଶାନ୍ତୁ। ପରେ ସେଥିରେ ଅଳଙ୍କାରକୁ ପକାଇ କିଛି ସମୟ ରଖନ୍ତୁ। ଶେଷରେ ବ୍ରଶ ସାହାଯ୍ୟରେ ଘଷି ଅଳଙ୍କାରରେ ଜମା ହୋଇଥିବା ମଳିନପଣରୁ ମୁକ୍ତି ପାଆନ୍ତୁ।

ଟୁଥ୍‌ପେଷ୍ଟ: ପୁରୁଣା ଗହଣାର ଚମକ ଫେରାଇ ଆଣିବା ଲାଗି ଟୁଥପେଷ୍ଟ ବ୍ୟବହାର କରନ୍ତୁ। ଏଥିଲାଗି ଗହଣାରେ ଟୁଥପେଷ୍ଟ ଲଗାନ୍ତୁ। ଏହାକୁ ନିଜ ହାତରେ ଘଷି ଦିଅନ୍ତୁ। ଶେଷରେ ଟୁଥ୍‌ବ୍ରଶ ସାହାଯ୍ୟରେ ଏହାକୁ ଭଲଭାବେ ଘଷନ୍ତୁ। ଏବେ ଏଥିରେ ଉଷୁମ ପାଣି ପକାଇ ଗହଣାର ଚମକ ଫେରାଇ ଆଣନ୍ତୁ।

ଲୁଣର ବ୍ୟବହାର କରନ୍ତୁ: ଗହଣାର ରଙ୍ଗ ମଳିନ ପଡ଼ିଗଲେ ଆପଣ ଲୁଣର ବ୍ୟବହାର କରିପାରିବେ। ଏଥିଲାଗି ଉଷୁମ ପାଣିରେ ଟିକିଏ ଲୁଣ ପକାନ୍ତୁ। ଏହା ମିଶିଗଲା ପରେ ପୁରୁଣା ଗହଣାକୁ ଏଥିରେ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଏବେ ଗହଣାରୁ ମଇଳା ବାହାର କରିଦିଅନ୍ତୁ। ଏହାଦ୍ୱାରା ଗହଣାର ଚମକ ଫେରିଆସିବ।

ଲେମ୍ବୁ ରସର ବ୍ୟବହାର: ଲେମ୍ବୁ ରସକୁ ବ୍ୟବହାର କରି ଗହଣାର ଚମକ ଫେରାଇ ଆଣିପାରିବେ। ଏଥିପାଇଁ ଗୋଟିଏ ଗିନାରେ ପାଣି ନେଇ ଗରମ କରନ୍ତୁ। ଏହାପରେ ସେଥିରେ ଡିସ୍‌ ଓ୍ବାଶ, ଲେମ୍ବୁ ରସ ପକାନ୍ତୁ। ଏହି ମିଶ୍ରଣରେ ଗହଣାକୁ ପକାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ପରେ ଟୁଥବ୍ରଶ ସହାୟତାରେ ଗହଣାକୁ ଘଷି ସଫା କରନ୍ତୁ। ଚମକ ଫେରି ଆସିବ।

Related Articles

Leave a Reply

Your email address will not be published.

Back to top button