ରାଜଧାନୀରେ ୨ ଦିନ ସ୍କୁଲ ଛୁଟି

ନୂଆଦିଲ୍ଲୀ : ରାଜଧାନୀରେ ଦିଲ୍ଲୀର ବାୟୁ ପ୍ରଦୂଷଣ ଜଟିଳ ପରିସ୍ଥିତିରେ ପହଞ୍ଚିଛି। ଭୟଙ୍କର ବାୟୁ ପ୍ରଦୂଷଣ ହେତୁ ସଭିଏଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଗତ ୬ ଦିନ ଧରି ଦିଲ୍ଲୀରେ ବାୟୁ ଅତି ନିମ୍ନମାନର ରହିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି। ଆଜି ଓ କାଲି ଦୁଇ ଦିନ ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ୟ୍ୟନ୍ତ ନିର୍ମାଣ କାମ ମଧ୍ୟ ବନ୍ଦ ରହିବ। ଦିଲ୍ଲୀର ସମସ୍ତ ସ୍ଥାନରେ ଧୂଆଁ ଓ ଘନ କୁହୁଡି ଭଳି ଆସ୍ତରଣ ରହିଛି। ଭିଜିବିଲିଟି କମିଥିବା ସହ ଶ୍ୱାସକ୍ରିୟାରେ ମଧ୍ୟ କଷ୍ଟ ହେଉଛି।

Related Articles

Leave a Reply

Your email address will not be published.

Back to top button