ଖାଦ୍ୟନଳୀର କ୍ୟାନସର୍

ଇସୋଫୋଗସ କ୍ୟାନସର୍ ବା ଖାଦ୍ୟନଳୀର କ୍ୟାନସର୍ ଆଜିକାଲି ସାଧାରଣ ସମସ୍ୟା ଭାବରେ ଦେଖାଯାଉଛି । ଏହି ସମସ୍ୟା ସାଧାରଣତଃ ୫୦ରୁ ୭୦ ବର୍ଷର ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । କିନ୍ତୁ ଆଜିକାଲି ଯୁବପିଢିଙ୍କ ମଧ୍ୟରେ ଏହି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି ।
କାରଣ : ଖାଦ୍ୟନଳୀକୁ ଧୂମପାନ, ମଦ, ଓ ଲମ୍ବା ସମୟରୁ ଏସିଡିଟିର ସମସ୍ୟା ଥିଲେ କ୍ଷତି ପହଂଚିଥାଏ । ଏହା ଦ୍ୱାରା ଖାଦ୍ୟନଳୀର ଆକାରରେ ପରିବର୍ତ୍ତନ ଯୋଗୁଁ ୮ରୁ ୧୦ ବର୍ଷ ପରେ ଏସିଡି ରିଫଲକ୍ସ ବା ଜ୍ୱଳନ ଉପନ୍ନ କରାଏ । ଏହାକୁ ଅଣଦେଖା କରିବାର ଅର୍ଥ ରୋଗକୁ ଜନ୍ମ ଦେବ । ଏସିଡ଼୍କୁ ସଫା କରିବା ପରେ ମଧ୍ୟ କ୍ୟାନସର୍ର ବିପଦ ଥାଏ । ଏଥିମଧ୍ୟରେ ଖାଦ୍ୟନଳୀର ବିକାର ଯୋଗୁଁ ନଳୀର ଭାଲବ ଖାଦ୍ୟକୁ ଅଟକାଇ ପାରେ ନାହିଁ ଓ ଖାଦ୍ୟ ସିଧା ପେଟକୁ ଚାଲିଯାଏ ।
ଲକ୍ଷଣ : ଭୋଜନ ପେଟକୁ ଯିବା ପାଇଁ ସମସ୍ୟା ଓ ଛାତିରେ ଯନ୍ତ୍ରଣା ଏହାର ପ୍ରାରମ୍ଭିକ ଲକ୍ଷଣ । ଅନେକଥର ଲୋକମାନେ ଏହାକୁ ସାମାନ୍ୟ ଭାବି ଅଣଦେଖା କରିଦିଅନ୍ତି । ଏହା ଦ୍ୱାରା ୯୦ ପ୍ରତିଶତ ମାମଲାରେ ନଳୀ କ୍ଷତିଗ୍ରସ୍ତ ହୋଇଥାଏ ।
ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ ହେଲେ ସମ୍ଭବ ହୋଇଥାଏ । ଏଥିରେ ଦୁଇ ପ୍ରକାରର ସ୍କ୍ରିନିଙ୍ଗ କରାଯାଏ । କ୍ରୋମୋଏଣ୍ଡୋସ୍କୋପୀ ଓ ଆଇସ୍କାନ( ନ୍ୟାରେ ବ୍ୟାଣ୍ଡ ଇମେଜିଂ) । କ୍ରୋମୋଏଣ୍ଡୋସ୍କୋପୀ ଦ୍ୱାରା ଭୋଜନନଳୀରେ ଡ୍ରାଏ ସ୍ପ୍ରେରେ କରି ପ୍ରଭାବିତ ଅଂଶକୁ ଜାଣିହୁଏ । କ୍ୟାନ୍ସର ସୁନିଶ୍ଚିତ କରିବା ପାଇଁ ବାୟୋସ୍ପି କରାଯାଏ । ପୁଣି ଏଣ୍ଡୋସୋନୋ ଗ୍ରାଫି ଦ୍ୱାରା କ୍ୟାନସରର ଗଭୀରତା ଜଣାପଡେ । ଯଦି ଭୋଜନନଳୀର ସୀମାରୁ ବାହାର ପର୍ଯ୍ୟନ୍ତ କ୍ୟାନ୍ସର କୋଷିକା ବ୍ୟାପ୍ତ ହୋଇଯାଇଥାଏ, ତେବେ ସର୍ଜରୀ କରାଯାଏ । ସୀମା ଭିତରେ ଥିଲେ ଦୂରବୀନ୍ ଦ୍ୱାରା ବିନା ସର୍ଜରୀରେ ଟ୍ୟୁମର ବାହାର କରିଦିଆଯାଏ । ନ୍ୟାରୋ ବ୍ୟାଣ୍ଡ ଇମେଜିଙ୍ଗ୍ର ୩ରୁ ୪ ପ୍ରକାର ଆଲୋକ ଭୋଜନସ୍ଥଳୀରେ ପକାଯାଏ । ଏଥିରେ କ୍ୟାନ୍ସର କୋଷିକାର ରଙ୍ଗ ଅଲଗା ଦେଖାଯାଏ । ବାୟୋସ୍ମି ପରେ ସର୍ଜରୀ ବା ଦୂରବୀନ ଦ୍ୱାରା ବିନା ସର୍ଜରୀରେ ଟ୍ୟୁମରକୁ ବାହାର କରାଯାଏ ।

Related Articles

Leave a Reply

Your email address will not be published.

Back to top button