ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ଗିରଫ

ଭୁବନେଶ୍ୱର: ସୂଚନା ଅଧିକାର କର୍ମୀ ତଥା ‘ମୋ ଦଳ’ର ସମ୍ପାଦକ ପ୍ରଦୀପ ପ୍ରଧାନଙ୍କୁ ଆଜି ଗିରଫ କରିଛି ପୁଲିସ୍। ଭୁବନେଶ୍ୱର ମହିଳା ଥାନା ପୁଲିସ୍ ତାଙ୍କୁ ଗିରଫ କରିଛି।  ଦୁଇ ବର୍ଷ ତଳେ ଦୂତି ଚାନ୍ଦ ଦେଇଥିବା ଏତଲା ଆଧାରରେ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି ବୋଲି ଭୁବନେଶ୍ୱର ଜୋନ୍ ୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି। ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ଦୂତି ଚାନ୍ଦଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ତେଣୁ ତାଙ୍କୁ ସୋଶାଲ ମିଡିଆରେ ସମାଲୋଚନା କରାଯାଉଥିଲା। ସେହି ସମୟରେ ଏକ ଡିଜିଟାଲ ମିଡିଆ ମଧ୍ୟ ଦୂତିଙ୍କ ପ୍ରଦର୍ଶନକୁ ନେଇ ଖବର ପ୍ରସାରଣ କରିଥିଲା। ଏହି ଖବରକୁ ଉକ୍ତ ଡିଜିଟାଲ ମିଡିଆ ପକ୍ଷରୁ ସୋଶାଲ ମିଡିଆରେ ପୋଷ୍ଟ କରାଯିବା ପରେ ପ୍ରଦୀପ ପ୍ରଧାନ ତାକୁ ଶେଆର କରିଥିଲେ।  ଉକ୍ତ ଡିଜିଟାଲ ମିଡିଆ ଯେଉଁ ଖବର ପ୍ରସାରଣ କରିଥିଲା, ସେଥିରେ ଦୂତି ଚାନ୍ଦ ଅପମାନିତ ହୋଇଥିଲେ ତଥା ମାନସିକ ଆଘାତ ପାଇଥିଲେ ବୋଲି କହିଥିଲେ। ପରବର୍ତ୍ତୀ ସମୟରେ ସେ ଉକ୍ତ ଡିଜିଟାଲ୍ ମିଡିଆର ସଂପାଦକଙ୍କ ନାଁରେ ମାନସିକ ନିର୍ୟାତନା ଓ ବ୍ଲାକମେଲିଂ ଭଳି ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ। ସେତେବେଳେ ସେ ପ୍ରଦୀପ ପ୍ରଧାନଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ।

Related Articles

Leave a Reply

Your email address will not be published.

Back to top button