ବିପର୍ୟ୍ୟୟ ଓଡ଼ିଶା ପାଇଁ ବଡ଼ ଆହ୍ୱାନ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ପାଳୁଛି ବିପର୍ୟ୍ୟୟ ପ୍ରସ୍ତୁତି ଦିବସ-୨୦୨୩ । ୧୯୯୯ ମସିହା ଏହି ଦିନରେ ଘଟିଯାଇଥିବା ମହାବାତ୍ୟାକୁ ମନେ ପକାଉଛି ସାରା ରାଜ୍ୟ । ଆଉ ରାଜ୍ୟ ସରକାରଙ୍କ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ୟ୍ୟକ୍ରମରେ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର ଓ ବିଶ୍ୱ ବ୍ୟାଙ୍କ କଣ୍ଟ୍ରି ଡାଇରେକ୍ଟର ପ୍ରମୁଖ ଉପସ୍ଥିତ । ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ବିପର୍ୟ୍ୟୟ ଓଡ଼ିଶା ପାଇଁ ବଡ଼ ଆହ୍ବାନ । ରାଜ୍ୟ ସବୁବେଳେ ପ୍ରତିଟି ବିପର୍ୟ୍ୟୟକୁ ସଫଳତାର ସହ ମୁକାବିଲା କରିଛି । ଚଳିତ ବର୍ଷ ଘଟିଥିବା ବାହାନଗା ଟ୍ରେନ ଟ୍ରାଜେଡି ତାହାର ସବୁଠୁ ବଡ଼ ଉଦାହରଣ କ୍ଷବିପର୍ୟ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ ୨୦୦୦ କୋଟି ଖର୍ଚ୍ଚ ହେବ । ବିପର୍ୟ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ  । ସେହିପରି ଏସ୍‌ଆର୍‌ସି ସତ୍ୟବ୍ରତ ସାହୁ କହିଛନ୍ତି ଯେ, ବିପର୍ୟ୍ୟୟ ମୁକାବିଲାରେ ଗତ ୧୦ ବର୍ଷରେ ଅନେକ ପରିବର୍ତ୍ତନ ଆସିଛି । ବାହାନଗା ଟ୍ରେନ ଟ୍ରାଜେଡିରେ ଆମେ ଭଲ କାମ କରିଛନ୍ତି । ବଜ୍ରାଘାତ ମୃତ୍ୟୁ, ସାପ କାମୁଡା ଓ ପାଣି ବୁଡ଼ି ମୃତ୍ୟୁ ଏବେ ସରକାରଙ୍କ ପାଇଁ ସବୁଠୁ ଚିନ୍ତାଜନକ । ତାଳ ଗଛ ଲଗାଇ ବଜ୍ରାଘାତ ପ୍ରଭାଵ କମ ପାଇଁ ପଦକ୍ଷେପ ନିଆଯାଉଛି । ସବୁ ଜିଲ୍ଲାରେ ଙଊଜଇୠ ଟିମ ରହିବେ । ଏବେ ରାଜ୍ୟରେ ୨୦ଟି ଙଊଜଇୠ ଟିମ ରହିଛି । ଚାରିଆଡ଼େ ପକ୍କା ଘର ହୋଇଗଲାଣି । ଆଉ ପଲିଥିନ ଦରକାର ନାହିଁ । ତଥାପି ସବୁ ଜିଲ୍ଲାରେ ପର୍ୟ୍ୟାପ୍ତ ପଲିଥିନ ରଖାଯାଇଛି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡ଼ିଶାର ପ୍ରତି ଘରୁ ସୃଷ୍ଟି କରାଯିବ ବିପର୍ୟ୍ୟୟ ମୁକାବିଲା ଯୋଦ୍ଧା । ୱାର୍ଡ ମେମ୍ବରଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ନେବେ ପ୍ରଶିକ୍ଷଣ । ସବୁ ଗାଁରେ ୧୦ ଜଣଙ୍କୁ ରେଡ କ୍ରସ ପକ୍ଷରୁ ଦିଆଯିବ ଟ୍ରେନିଂ । ସବୁ ସରକାରୀ ଅଧିକାରୀ ନେବେ ବିପର୍ୟ୍ୟୟ ମୁକାବିଲା ତାଲିମ । ସବୁ ପଞ୍ଚାୟତରେ ଲାଗିବ ଅଟୋମେଟଡ ୱେଦର ଓ ରେନ ଗଜ ଷ୍ଟେସନ । ୩ ହଜାର ପଞ୍ଚାୟତ ପାଇଁ ବିଶ୍ଵ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇବ ଵୋଲି ମୁଖ୍ୟ ସଚିବ କହିଛନ୍ତି  ।

Related Articles

Leave a Reply

Your email address will not be published.

Back to top button