ଗୃହ ପୁଣି ଅଚଳ

ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର : ଛଅ ଦିନ ପରେ ବିଧାନସଭାରେ ଅଚଳାବସ୍ଥା ଦୂର ହୋଇଥିଲା  । ଶନିବାର ଦିନ ତମାମ ସୁରୁଖୁରୁରେ ବିଧାନସଭା ଚାଲିଥିଲା  । କିନ୍ତୁ ସୋମବାର ପୁଣି ଅଶାନ୍ତ ହୋଇପଡ଼ିଛି ଗୃହ  । ମାହାଙ୍ଗା ଡବଲ ମଡର଼୍ର ମାମଲାରେ ମନ୍ତ୍ରୀଙ୍କ ନାମ ଥିବାରୁ ତାଙ୍କର ବହିଷ୍କାର ଦାବି କରି ଗୃହକୁ ଅଚଳ କରିଦେଇଛି ମୁଖ୍ୟ ବିରୋଧୀ ଦଳ ବିଜେପି  । ଅପରପକ୍ଷରେ ଗୃହକୁ ପୁଣି ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡକାଇବା ସହ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି  । ଆଜି ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ହଟ୍ଟଗୋଳ କରିଥିଲେ  । ଗୋଟିଏ ପଟେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତର ରଖୁଥିବାବେଳେ ଅପରପକ୍ଷରେ ହାଲାବୋଲ କରି ଗୃହକୁ କମ୍ପାଇ ଦେଇଥିଲେ ବିଜେପି ବିଧାୟକ  । ଫଳରେ ବାଚସ୍ପତି ଗୃହକୁ ୧୦ଟା ୩୩ରୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ  । ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହି ସାରିବା ପରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ିଆସି ନାରାବାଜି କରିଥିଲେ  । ପୋଷ୍ଟର ପ୍ରଦର୍ଶନ କରି ହାଲାବୋଲ କରିଥିଲେ  । ଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି  ।

 

Related Articles

Leave a Reply

Your email address will not be published.

Back to top button