ଦୁଇ ଲଶ୍କର ଆତଙ୍କବାଦୀ ଗିରଫ, ଦୁଇଟି ଆଇଇଡି ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ପଞ୍ଜାବ ପୋଲିସର ଷ୍ଟେଟ ଅପରେସନ୍ ସେଲ୍ ବହୁତ ସଫଳତା ହାସଲ କରିଛି। ଶୁକ୍ରବାର ସକାଳେ ସେମାନେ ଲଶ୍କର-ଇ-ତୋଇବା ସହିତ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ପ୍ରାଥମିକ ପଚରାଉଚରା ବେଳେ ଆତଙ୍କବାଦୀମାନେ ସ୍ୱୀକାର କରିଛନ୍ତି ଯେ, ସେମାନେ ରାଜ୍ୟରେ ଅଶାନ୍ତି ବିସ୍ତାର କରିବା ଉଦ୍ଦେଶ୍ୟରେ ଆସିଛନ୍ତି। ପଞ୍ଜାବ ପୋଲିସ କହିଛି ଯେ, କେନ୍ଦ୍ରୀୟ ଏଜେନ୍ସି ସହ କରାଯାଇଥିବା ଅପରେସନରେ ଆମେ ବହୁତ ସଫଳତା ହାସଲ କରିଛୁ। ଏଠାରେ ଆମେ ମିଳିତ ଅପରେସନ୍ କରି ଲଶ୍କର ଆତଙ୍କବାଦୀଙ୍କୁ ଗିରଫ କରିଛୁ। ଏହି ଉଭୟ ନାଗରିକ ଜମ୍ମୁ କାଶ୍ମୀରର ବାସିନ୍ଦା। ସେମାନଙ୍କଠାରୁ ୨ ଟି ଆଇଇଡି, ୨ ଟି ହ୍ୟାଣ୍ଡ ଗ୍ରେନେଡ, ୨ ଟି ମାଗାଜିନ ସହିତ ୧ ଟି ପିସ୍ତଲ, ୨୪ ଟି କାର୍ଟ୍ରିଜ, ୧ ଟି ଟାଇମର ସୁଇଚ, ୮ ଟି ଡିଟୋନେଟର ଏବଂ ୪ ଟି ବ୍ୟାଟେରୀ ଜବତ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button