ବୟସ ଆଗରେ ହାର ମାନିଲା ପ୍ରେମ

ଭୁବନେଶ୍ବର:  ବୟସ ଆଗରେ ହାର ମାନିଛି ପ୍ରେମ। ଆଉ ଏହାର ଜଳନ୍ତ ଉଦାହରଣ ମିଳିଛି ଦାସ ମାରାଣ୍ଡି ଓ ପଦ୍ମାବତୀ ଦାସଙ୍କ ନିକଟରେ। ପଦ୍ମାବତୀଙ୍କ ଘର ଅଉପଦା ଅଞ୍ଚଳର ହୋଇଥିବା ବେଳେ ଦାସଙ୍କ ଘର ସଦର ବ୍ଲକ ସାର୍ଥା ଗ୍ରାମର। ଉଭୟ କୁଷ୍ଠ ରୋଗରୁ ଭଲ ହୋଇଥିଲେ ମଧ୍ୟ ଆଉ ଘରକୁ ଫେରିନାହାନ୍ତି। ଉଭୟଙ୍କ ମଧ୍ୟରେ ଧିରେ ଧିରେ ପ୍ରେମ ହୋଇଥିବା ବେଳେ ଆଜିକୁ ଦୁଇ ମାସ ପୂର୍ବରୁ ଦାସ ପଦ୍ମାବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ପଦ୍ମାବତୀ ରାଜି ହୋଇନଥିଲେ। ତେବେ ଆଶ୍ରମ ର ଦୁଇ ତିନି ଜଣ ମହିଳା ପଦ୍ମାବତୀଙ୍କୁ ବୁଝାଇବାରୁ ଶେଷରେ ସେ ରାଜି ହୋଇଥିଲେ।

ଆଜି କୁଷ୍ଠାଶ୍ରମର ଜଗନ୍ନାଥ ମନ୍ଦିର ପରିସରରେ ଉଭୟଙ୍କ ମଧ୍ୟରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଉ ଏହି ବିବାହ ଉତ୍ସବରେ ଆଶ୍ରମର ସମସ୍ତ ଅନ୍ତେବାସୀ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲେ। କିଏ ଶଙ୍ଖ ଫୁଙ୍କି ଥିଲା କିଏ ହୁଳହୁଳି ଦେଇଥିଲା। ଉଭୟ ଉଭୟଙ୍କୁ ଜଗନ୍ନାଥଙ୍କ ନିକଟରେ ପ୍ରତିଙା କରି ବିବାହ କରିଥିଲେ। ଦାସ ପଦ୍ମାବତୀ ଙ୍କୁ ମଥାରେ ସିନ୍ଦୂର ହାତରେ ଶଙ୍ଖା , ବେକରେ ବରଣ ମାଳା ଦେଇ ନିଜର ସ୍ତ୍ରୀ ଭାବେ ସ୍ୱକାର କରିଥିଲେ। ଜଣେ କୁନି ଝିଅ ଆସି ଉଭୟଙ୍କ ହାତଗଣ୍ଠି ଫିଟାଇ ଥିଲା। ଶଙ୍ଖ ହୁଳହୁଳି ସ୍ଥାନୀୟ ପରିବେଶ ପ୍ରଙ୍କମ୍ପିତ ହୋଇଥିଲା।ଏନେଇ ସ୍ଥାନୀୟ ଅଞ୍ଚଳରେ ସମଭଙ ପାଇଁ ଭୋଜି କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button