ସମୁଦ୍ରରୁ ଧରା ହେଲା ୨୦୦କେଜିର ମାଛ

ଭୁବନେଶ୍ବର: ଦିଘା ମୁହାଣରରେ ଥିବା ମାଛ ମାର୍କେଟରେ ଦେଖିବାକୁ ମିଳିଛି ଏକ ବିରାଟକାୟ କୋଈଭୋଲା ମାଛ। ଏହା ଓଡିଶାର ପାରାଦ୍ୱୀପ ଅଞ୍ଚଳରୁ ଧରାଯାଇଛି ବୋଲି ଜଣା ପଡିଛି। ସେଠାକାର ମତ୍ସ୍ୟଜୀବୀମାନେ ଏହି ମାଛଟିକୁ ଅଧିକ ଦାମରେ ବିକ୍ରି କରିବା ପାଇଁ ପଶ୍ଚିମ ବଙ୍ଗ ଆଣିଥିଲେ। ଏହି ମାଛଟିର ଓଜନ ୨ କୁଇଣ୍ଟାଲ ବୋଲି ଜଣାପଡିଛି। ସାଧାରଣତ ଏହି ମାଛ ଗଭୀର ସମୁଦ୍ରରେ ଦେଖାଯାଏ।
Video Player
00:00
00:00
ଏହି ମାଛରେ ବିଭିନ୍ନ ପ୍ରକାର ଔଷଧ ତିଆରି ହୋଇଥାଏ. ଯାହାକି ମାଛର ଫୁସଫୁସରୁ କେପଶୂଲ ଓ ଶୁପ ତିଆରି ହୁଏ। ତେଣୁ ବିଦେଶରେ ଏହି ମାଛର ଚାହିଦା ଅଧିକ ରହିଥାଏ ପାଇଁ ବଡ ବଡ ଔଷଧୀୟ କମ୍ପାନୀ ମାନେ ଏହାକୁ କିଣିଥାନ୍ତି. ତେବେ ମାଛ ଟିକୁ ଦେଖିବା ପାଇଁ ଅନେକ ଲୋକ ଦିଘା ମୁଁହାନାଁରେ ରୁଣ୍ଡ ହୋଇଥିଲେ। ମାଛଟିକୁ କଲିକଲିକତାର ଫର୍ମା ନାମକ ଏକ କମ୍ପାନୀ କିଣିଥିଲା। ଏହାର ମୂଲ୍ୟ ଏକ ଲକ୍ଷ 27 ହଜାର ଟଙ୍କା ରହିଥିଲା, ଏହାକୁ ବିଦେଶକୁ ରପ୍ତାନି କରାଯାଏ।