ରାଜ୍ୟରେ ଖୋଲିବ ୭ଟି ନୂଆ ନର୍ସିଂ କଲେଜ

ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୭ଟି ନୂଆ ନର୍ସିଂ କଲେଜ । କୋରାପୁଟ, କଳାହାଣ୍ଡି ଓ ଅନୁଗୁଳ ସମେତ ୭ଟି ସ୍ଥାନରେ ସ୍ଥାପନ ହେବ ନର୍ସିଂ କଲେଜ । ପ୍ରତି ନର୍ସିଂ କଲେଜ ପାଇଁ ପ୍ରାରମ୍ଭିକ ଭାବେ ୧୦ କୋଟି ଟଙ୍କା ଲେଖାଏଁ ବ୍ୟୟ ଅଟକଳ ହୋଇଛି । ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ଡିପିଆର୍‌ ପଠାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ୪୦:୬୦ ଭାଗିଦାରିତାରେ ସ୍ଥାପନ ହେବ ଏସବୁ ନର୍ସିଂ କଲେଜ । ଏଥିରେ ବିଏସ୍‌ସି ନର୍ସିଂ, ଏମଏସସି ନର୍ସିଂ ଓ ପିଏଚଡି କୋର୍ସ ଦିଆଯିବ । ଏବେ ରାଜ୍ୟରେ ୮ଟି ନର୍ସିଂ କଲେଜ ରହିଛି । ତେବେ ସିଟ ସଂଖ୍ୟା ପରେ ସ୍ଥିର କରାଯିବ ବୋଲି କହିଛନ୍ତି ନର୍ସିଂ ନିର୍ଦ୍ଦେଶକ ।

Related Articles

Leave a Reply

Your email address will not be published.

Back to top button