ଭୁବନେଶ୍ୱରରେ ଉଡ଼ିଲା ଟଙ୍କା

ଭୁବନେଶ୍ୱର: ରାଜଧାନୀରେ ଉଡ଼ିଲା ଟଙ୍କା । ରାଜରାସ୍ତାରେ ଉଡ଼ିଲା ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ଏକଦମ ସତ ।  ୫ଶହ, ୨ଶହ ଓ ଶହେ ଟଙ୍କିଆ ନୋଟ ରାଜଧାନୀ ରାଜରାସ୍ତାରେ ଉଡ଼ିଲା । ଆଉ ଏହା ଆଉ କେଉଁଠି ନୁହେଁ ଖୋଦ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଉଡ଼ିଛି ।  ପୂରା ଘଟଣା ହେଉଛି ଆଜି କିଛି ଗ୍ରାହକ ଚିଟା ଫଟା ନୋଟ ବଦଳାଇବାକୁ  ରିଜର୍ଭ ବ୍ୟାଙ୍କକୁ ଆସିଥିଲେ । ତେବେ କୌଣସି କାରଣରୁ ସେମାନେ ବ୍ୟାଙ୍କରେ ଉକ୍ତ ଚିରା ଫଟା ନୋଟ ବଦଳାଇ ପାରିନଥିଲେ । ଯାହାକୁ ନେଇ ଗ୍ରାହକଙ୍କ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ନୋଟ ବଦଳାଇବାକୁ ଲମ୍ବା ଲାଇନରେ ଗ୍ରହକମାନେ ଛିଡ଼ା ହୋଇଥିବାବେଳେ ନୋଟ ନବଦଳାଇ ପାରି ସେମାନେ ଉକ୍ତ ଚିରା ଫଟା ନୋଟକୁ ରାସ୍ତାରେ ଉଡ଼ାଇଥିଲେ ।  ରିଜର୍ଭ ବ୍ୟାଙ୍କ କମର୍ତ୍ତୃପକ୍ଷ ଉକ୍ତ ନୋଟକୁ ବଦଳାଉନଥିବା ସେମାନେ ଅଭିଯୋଗ କରିଛନ୍ତି ।  ଖାରବେଳ ନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାହକଙ୍କୁ ବୁଝାସୁଝା କରିଥିଲା। ତେବେ ଚିରା ଫଟା ନୋଟ ବଦଳାଇବା ବ୍ୟବସ୍ଥା ଥିବାବେଳେ ବ୍ୟାଙ୍କ କର୍ମଚାରୀ କାହିଁକି ଗ୍ରହଣ କରିବାକୁ ମନା କରୁଛନ୍ତି ତାକୁ ନେଇ ଚର୍ଚ୍ଚା ଲାଗିଛି।

Related Articles

Leave a Reply

Your email address will not be published.

Back to top button