ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଠାରୁ ଫୋନ୍‌ କଲ ପାଇ ତାଙ୍କ ସହ କଥା ହୋଇଛନ୍ତି। ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ କାରଣରୁ ମୃତ୍ୟୁବରଣ କରିଥିବା ଏବଂ ଆହତ ହୋଇଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶୋକ ଓ ସମବେଦନା ପ୍ରକଟ କରିଛନ୍ତି । ସେ ଆଶ୍ୱାସନା ଦେଇ କହିଛନ୍ତି, ଏହି କଷ୍ଟକର ସମୟରେ ଭାରତବାସୀ ଇସ୍ରାଏଲର ଲୋକଙ୍କ ସହ ଛିଡ଼ା ହୋଇଛନ୍ତି। ଭାରତ ଆତଙ୍କବାଦର ସମସ୍ତ ସ୍ୱରୂପ ଏବଂ ଅଭିବ୍ୟକ୍ତିକୁ ଦୃଢ଼ ଭାବେ ଏବଂ ସ୍ପଷ୍ଟ ରୂପରେ ନିନ୍ଦା କରିଥାଏ ବୋଲି ସେ ଦୋହରାଇଥିଲେ। ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଜୋର୍‌ ଦେଇଥିଲେ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସମ୍ପୂର୍ଣ୍ଣ ସହଯୋଗ ଏବଂ ସହାୟତା ପାଇଁ ଆଶ୍ୱାସନା ଦେଇଥିଲେ। ଦୁଇ ନେତା ପରସ୍ପର ସହ କଥାବାର୍ତ୍ତା ଜାରି ରଖିବେ ବୋଲି ସହମତ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button