ଉଦ୍ଧାର ମା’ ଓ ଝିଅଙ୍କ ମିଳିଲା ଠିକଣା

ଭୁବନେଶ୍ବର : ସୁନ୍ଦରଗଡ଼ରୁ ଦୁଇ ଉଲଗ୍ନ ମହିଳା ଉଦ୍ଧାର ଘଟଣା। ଉଦ୍ଧାର ମା’ ଝିଅଙ୍କ ମିଳିଲା ଠିକଣା। ଉଭୟଙ୍କ ଘର ଛତିଶଗଡ଼ର ତୁମଲା ଥାନା ଖାରିବହାଲ ଗାଁରେ ବୋଲି ଜଣାଯାଇଛି। ସୁନ୍ଦରଗଡ଼ ଟାଉନ୍ ଥାନାରେ ମହିଳାଙ୍କ ବଡ଼ ଭଉଣୀ ଓ ସାନ ଝିଅଙ୍କ ବୟାନ ରେକର୍ଡ୍ ଜାରି ରହିଛି। ପରିବାର ଲୋକଙ୍କୁ ଖୋଜି ବାହାର କଲା ସୁନ୍ଦରଗଡ଼ ପୁଲିସ।  ପୀଡ଼ିତା ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିବା ପରେ ସେ ୮ ବର୍ଷ ହେବ ମାନସିକ ବିକୃତ ହୋଇ ଯାଇଥିବା ପରିବାର ଲୋକେ କହିଛନ୍ତି। ୪ ଦିନ ହେବ ସେ ଘର ଛାଡ଼ି ଚାଲି ଆସିଥିଲେ ବୋଲି ପରିବାର ଲୋକେ କହିଛନ୍ତି। ସେ ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଏହାପରେ ସେ କାଉନସେଲିଂ ବେଳେ କହିଥିଲେ, ଯେ ସେ ତାଙ୍କ ସମ୍ପର୍କୀୟ ଦିଅରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button