ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ଚମତ୍କାର ପ୍ରଦର୍ଶନ: ଭାରତକୁ ସ୍ୱର୍ଣ୍ଣ, ଓଡିଆ ପୁଅ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଭାରତର ତାରକା ଆଥଲେଟ୍ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଟିମ୍ ଇଣ୍ଡିଆକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି। ନୀରଜଙ୍କ ସହିତ ଓଡିଆ ପୁଅ କିଶୋର ଜେନା ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।  ଜାଭେଲିନ ଥ୍ରୋରେ ସେ ୮୭.୫୪ ମିଟର ଫିଙ୍ଗ୍‌ି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଅପରପକ୍ଷରେ ନୀରଜ ଚୋପ୍ରା ୮୮.୮୮ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି  । କିଶୋର ନିଜର ଚତୁର୍ଥ ଥ୍ରୋରେ ରୌପ୍ୟ ଜିତିବାରେ ସଫଳ ହୋଇଥିଲେ । ତାଙ୍କ କ୍ରୀଡ଼ା ଜୀବନର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା  । କିଶୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କିଶୋର ରୌପ୍ୟ ପଦକ ହାସଲ କରିଛନ୍ତି। ଏହିପରି ଭାରତକୁ ଜାଭେଲିନ୍ ଥ୍ରୋରେ ଦୁଇଟି ପଦକ ମିଳିଛି।

Related Articles

Leave a Reply

Your email address will not be published.

Back to top button