‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ : କୋରାପୁଟରେ ବସ୍ ଧର୍ମଘଟ

ଭୁବନେଶ୍ବର : ‘ଲକ୍ଷ୍ମୀ’ଯୋଜନାକୁ ବିରୋଧ କରି ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ରହିବ । ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଂଘ ଏହି ଯୋଜନାକୁ ସମର୍ଥନ କରୁଥିବା ବେଳେ ବନ୍ଦରେ ସାମିଲ ହେବ ବୋଲି ଘୋଷଣା କରିଛି । ଅର୍ଥାତ ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ରାୟଗଡା ଜିଲ୍ଲାରେ ଆସନ୍ତା କାଲି ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ରହିବା ନେଇ ସୂଚନାଦେଇଛି ମାଲକାନଗିରି ଘରୋଇ ବସ ମାଲିକ ସଂଘ । ବାହାର ଜିଲ୍ଲାରୁ କୌଣସି ବେସରକାରୀ ବସ କୋରାପୁଟ, ମାଲକାନଗିରି, ଜୟପୁର ଓ ନବରଙ୍ଗପୁରକୁ ଆସିବ ନାହିଁ । ‘ଲକ୍ଷ୍ମୀ’ଯୋଜନା କୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଆସନ୍ତା ୧୦ ତାରିଖରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ଡାକରା ଦେଇଛି । ଗୁରବାର ପରିବହନ କମିଶନର ବସ ମାଲିକଙ୍କୁ ଡାକି ଆଲୋଚନା କରିଥିଲେ ବି ବସ ମାଲିକ ଆନ୍ଦୋଳନ କରିବା ଜିଦରେ ଅଟଳ ଅଛନ୍ତି ।

Related Articles

Leave a Reply

Your email address will not be published.

Back to top button