ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେବେ ବରିଷ୍ଠ ଅଭିନେତ୍ରୀ ୱାହିଦା ରେହମାନ

ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଅଭିନେତ୍ରୀ ୱାହିଦା ରେହମାନ ଚଳିତ ବର୍ଷ ଦାଦାସାହେବ ଫାଲକେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି।

ଅଭିନେତ୍ରୀ ୱାହିଦା ରେହମାନ ‘ଗାଇଡ୍’, ପ୍ୟାସା’, ‘କାଗାଜ୍ କେ ଫୁଲ୍’ ଏବଂ ‘ଚୌଦହମ୍ବୀ କା ଚାନ୍ଦ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଦମଦାର ଅଭିନୟ ପାଇଁ ଜଣାଶୁଣା।

ଉଲ୍ଲେଖ ଯୋଗ୍ୟ ଯେ, ୱାହିଦା ରେହମାନ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ସେ ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ବିବେଚିତ ହୁଅନ୍ତି। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସେ ଶେଷ ଥର ପାଇଁ ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ‘ସ୍କାଟର୍ ଗାର୍ଲ’ରେ ଦେଖିବାକୁ ମିଳିଥିଲେ।

ୱାହିଦା ରେହମାନଙ୍କ ବିଷୟରେ…

ୱାହିଦା ରେହମାନ, ୩ ଫେବୃଆରୀ ୧୯୩୮ ରେ ଜନ୍ମ ହୋଇଥିଲେ, ହିନ୍ଦୀ ସିନେମାରେ ତାଙ୍କର ଅବିଶ୍ୱସନୀୟ ଅବଦାନ ପାଇଁ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ୧୯୭୨ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଏହା ପରେ ୨୦୧୧ ରେ ୱାହିଦା ରେହମାନଙ୍କୁ ମଧ୍ୟ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button