ଏସିଆନ୍ ଗେମ୍ସ: ଭାରତକୁ ଏପର୍ଯ୍ୟନ୍ତ ମିଳିଛି ୫ ମେଡାଲ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ପଦକ ଖାତା ଖୋଲିଲା ଭାରତ । ସୁଟିଂ ଓ ରୋଇଂରେ ରୌପ୍ୟ ପଦକ ମିଳିଛି । ପ୍ରଥମ ଦିନରେ ଏପର୍ୟ୍ୟନ୍ତ ୫ଟି ମେଡାଲ ମିଳିଛି । ୩ଟି ସିଲ୍‌ଭର ମେଡାଲ ମିଳିଥିବା ବେଳେ ଦୁଇଟି କାଂସ୍ୟ ମେଡାଲ ମିଳିଛି । ଅଶି ଚୌକ୍ସି, ମେହୁଲି ଘୋଷ ଓ ରଶ୍ମିତାଙ୍କୁ ସୁଟିଂରେ ରୌପ୍ୟ ପଦକ ମିଳିଛି । ମହିଳା ବର୍ଗରେ ୧୦ ମିଟର ଏୟାର ରାଇଫଲ୍ସରେ ମେଡାଲ ହାତେଇଛନ୍ତି ।

ସେହିପରି ରୋଇଂରେ ଭାରତ ଦ୍ୱିତୀୟ ରୌପ୍ୟ ପଦକ ପାଇଛି । ଅର୍ଜୁନ୍ ଲାଲ ଜାଟ ଓ ଅରବିନ୍ଦ ସିଂହଙ୍କ ଯୋଡ଼ି ପୁରୁଷ ଲାଇଟୱେଟ୍ ରୋଇଂରେ ୬:୨୮:୧୮ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ଇଭେଣ୍ଟରେ ଚୀନ ୬:୨୩:୧୬ ସମୟ ସହ ସ୍ୱର୍ଣ୍ଣ ଜିତିଛି । ସେହିଭଳି ରୋଇଂରେ ପୁରୁଷ ଯୋଡ଼ିରେ ବାବୁଲାଲ୍ ଯାଦବ ଓ ଲେଖ୍ ରାମକୁ କାଂସ୍ୟା ପଦକ ମିଳିଛି । ମହିଳା ୧୦ମିଟର ଏୟାର ରାଇଫଲ୍ସ ସୁଟିଂରେ ରଶ୍ମିତାଙ୍କୁ ବ୍ରୋଞ୍ଜ ମେଡାଲ ପାଇଛନ୍ତି ।

ଏସିଆନ୍ ଗେମ୍ସ କ୍ରିକେଟ୍‌ରେ ଭାରତର ପଦକ ପକ୍କା; ସେମି ଫାଇନାଲରେ ବାଂଲାଦେଶ ମହିଳା ଦଳ ପରାସ୍ତ

ସେପଟେ ଏସିଆନ୍ ଗେମ୍ସରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଫାଇନାଲକୁ ଯାଇଛି । ସେମିଫାଇନାଲ୍ ମୁକାବିଲାରେ ଭାରତୀୟ ଦଳ, ବାଂଲାଦେଶକୁ ୮ ୱିକେଟରେ ହରାଇଛି । ଭାରତ ଆଗରେ ବାଂଲାଦେଶ ୫୨ ରନର ବିଜୟ ଲକ୍ଷ୍ୟ ରଖିଥିଲା ।

ସୁଇମିଂ: ୧୦୦ମିଟର ଫ୍ରୀ-ଷ୍ଟାଇଲ୍‌, ୧୦୦ମିଟର  ବ୍ୟାକ୍‌ଷ୍ଟ୍ରୋକ୍‌ ଏବଂ ମହିଳା ୪ଗୁଣା ୧୦୦ମିଟର ଫ୍ରୀ ଷ୍ଟାଇଲ୍‌ ଇଭେଣ୍ଟର ପଦକ ରାଉଣ୍ଡ ଅନୁଷ୍ଠିତ ହେବ ।  ଏଥିରେ ଶ୍ରୀହରି ନଟରାଜ, ଉତ୍କର୍ଷ ପାଟିଲ୍‌ଙ୍କ ଉପରେ  ନଜର ରହିବ ।

ଭଲିବଲ୍‌: ପୁରୁଷ ଦଳ ଅବିଶ୍ୱସନୀୟ ପ୍ରଦର୍ଶନ  ଜାରି ରଖି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ।  ଆସନ୍ତାକାଲି ଦଳ ଶକ୍ତିଶାଳୀ ଜାପାନକୁ ଭେଟିବ ।  ଏହି ମ୍ୟାଚ୍‌ ଜିତିଲେ ଦଳ ପଦକ ପଥରେ ଆଉ  ପାଦେ ଆଗକୁ ବଢ଼ିବ ।

ସେହିପରି ମହିଳା ବକ୍ସର ଜରିନ ରାଉଣ୍ଡ ୩୨ରୁ ଅଭିଯାନ ଆରମ୍ଭ କରିବେ । ପୁରୁଷ ହକି ଦଳ  ଗ୍ରୁପ୍‌ ପର୍ୟ୍ୟାୟର ପ୍ରଥମ ମ୍ୟାଚରେ ଉଜବେକିସ୍ତାନକୁ  ଭେଟିବାକୁ ଥିବାବେଳେ ଟେବୁଲ୍‌ ଟେନିସ୍‌ ଦଳ (ପୁରୁଷ  ଓ ମହିଳା), ଫୁଟବଲ୍‌ ଦଳ (ମହିଳା ଓ ପୁରୁଷ)  ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରହିବେ । ଚେସ୍‌  କ୍ରୀଡ଼ାରେ ଭାରତର ପ୍ରତିଭାବାନ ଗ୍ରାଣ୍ଡ୍‌ମାଷ୍ଟର ଅର୍ଜୁନ  ଏରିଗାଇସି, ବିଦିତ ଗୁଜରାଠି, କୋନେରୁ ହମ୍ପି ଓ ହାରିକା ଦ୍ରୋଣାଭାଲି ପ୍ରମୁଖ ଅଭିଯାନ ଆରମ୍ଭ କରିବେ

Related Articles

Leave a Reply

Your email address will not be published. Required fields are marked *

Back to top button