ଭାରତ-କାନାଡା ବିବାଦ: ୬୭ହଜାର କୋଟି ଟଙ୍କାର କ୍ଷତି, ହୋଇପାରେ ଦରବୃଦ୍ଧି

ନୂଆଦିଲ୍ଲୀ,୨୧।୯: ଭାରତ ଏବଂ କାନାଡା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି। କେବଳ ଏତିକି ନୁହେଁ, କିଛି ବାଣିଜ୍ୟ କାରବାରକୁ ସ୍ଥଗିତ ରଖାଯାଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି। ୨୦୨୩ରେ ଦୁଇଦେଶ ମଧ୍ୟରେ ୮ ବିଲିୟନ ଡଲାର ଅର୍ଥାତ ୬୭ହଜାର କୋଟି ଟଙ୍କା ବାଣିଜ୍ୟ କାରବାର ହୋଇଥିଲା। ତେବେ ଏଭଳି ପରିସ୍ଥିତି ଲାଗି ରହିଲେ ଅର୍ଥନୀତିରେ ପ୍ରାୟ ୬୭ହଜାର କୋଟି ଟଙ୍କା କ୍ଷତି ହେବାର ସମ୍ଭାବନା ରହିଛି। ଦୁଇ ଦେଶର ଏହି ଅର୍ଥନୈତିକ ଯୁଦ୍ଧରେ ସାଧାରଣ ଲୋକ ବଳି ପଡିବେ। ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ନଷ୍ଟ ହେବାର ସମ୍ଭାବନା ରହିଛି। ଏଥି ସହିତ ଦେଶରେ ମୁଦ୍ରାସ୍ଫୀତି ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଇପାରେ। ଭାରତୀୟଙ୍କ ଥାଳିରେ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ହେଉଛି ଡାଲି। ଏଭଳି ପରିସ୍ଥିତିରେ ଭାରତ ଏବଂ କାନାଡା ମଧ୍ୟରେ ଥିବା ତିକ୍ତତା ଡାଲି ଉପରେ ପ୍ରଭାବ ପକାଇପାରେ। ଭାରତ କାନାଡାରୁ ବହୁ ପରିମାଣର ମସୁର ଡାଲି ଆମଦାନୀ କରିଥାଏ। ତେବେ ଏହି ପ୍ରକାର ବିବାଦ ହେତୁ ସେଠାରୁ ଡାଲି ଆମଦାନୀ ପ୍ରଭାବିତ ହେବାର ସମ୍ଭାବନା ଅଛି। ବିଶେଷକରି ମସୁର ଆମଦାନୀ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଭାରତ କାନାଡାରୁ ବହୁ ପରିମାଣରେ ମସୁର ଆମଦାନୀ କରିଥାଏ। ୨୦୨୨-୨୩ବର୍ଷରେ ଭାରତ ୮.୫୮ ଲକ୍ଷ ଟନ ମସୁର ଡାଲି ଆମଦାନୀ କରିଥିଲା। ସେଥିମଧ୍ୟରୁ କେବଳ କାନାଡାରୁ ୪.୮୫ଲକ୍ଷ ଟନ ଆମଦାନୀ ହୋଇଥିଲା। ଚଳିତ ବର୍ଷ ଜୁନରେ କାନାଡାରୁ ୨କ୍ଷ ଟନ ଡାଲି ଆମଦାନୀ ହୋଇଥିଲା। ଦୀର୍ଘ ସମୟ ଧରି ଏଭଳି ପରିସ୍ଥିତି ଜାରି ରହିଲେ ଭାରତରେ ଡାଲିର ମୂଲ୍ୟ ବୃଦ୍ଧି ପାଇବ।

Related Articles

Leave a Reply

Your email address will not be published.

Back to top button