ଆଜି ଶ୍ରୀଗଣେଶ ଚତୁର୍ଥୀ

ଶ୍ରୀଗଣେଶ ଚତୁର୍ଥୀ ଆଜି ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ । ବିଦ୍ୟାର ଦେବତା ଆଦିଦେବ, ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା । ସେ ପ୍ରତ୍ୟେକ ହିନ୍ଦୁଙ୍କ ଆଦି ଆରାଧ୍ୟ ଦେବତା । ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଏକ ପ୍ରମୁଖ ପର୍ବ । ଓଡ଼ିଶାର ପୁରପଲ୍ଲୀରେ ଏହି ପୂଜା ପରମ୍ପରା ଓ ବିଧିବିଧାନ ଅନୁସାରେ ପାଳିତ ହୋଇଥାଏ । ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ପୂଜାର ବିଶେଷ ମହତ୍ୱ ରହିଛି । ପ୍ରତିଟି ଓଡ଼ିଆଙ୍କ ପାଇଁ ଏହା ଏକ ଗଣପର୍ବ ।

ଅନେକ ସ୍ଥାନରେ ପୂଜାଠୁ ୧୧ ଦିନ ଧରି ବେଶ ଧୂମ୍‌ଧାମରେ ଗଣେଶଙ୍କ ପୂଜାର୍ଚ୍ଚନା ହୋଇଥାଏ । ଦେଶର ବିଭିନ୍ନ ରାଜ୍ୟରେ ଶ୍ରୀଗଣେଶ ଚତୁର୍ଥୀ ଯଥାରୀତି ପାଳିତ ହୋଇଥାଏ । ମହାରାଷ୍ଟ୍ରରେ ଜାତୀୟ ପର୍ବ ଭାବେ ଏହା ପାଳନ କରାଯାଏ । ହିନ୍ଦୁ ଧର୍ମରେ ଗଣେଶଙ୍କୁ ବିଶିଷ୍ଟ ସ୍ଥାନ ଦିଆଯାଇଛି । ସେ ବିଘ୍ନହର୍ତ୍ତା । ଯେକୌଣସି ଧାର୍ମିକ ଉତ୍ସବ, ଯଜ୍ଞ, ପୂଜା ଇତ୍ୟାଦି ମାଙ୍ଗଳିକ କାର୍ୟ୍ୟ କିମ୍ବା ବିବାହୋତ୍ସବମାନଙ୍କରେ ନିର୍ବିଘ୍ନରେ କାର୍ୟ୍ୟ ସମ୍ପନ୍ନ ଲାଗି ସର୍ବପ୍ରଥମେ ବିଘ୍ନହର୍ତ୍ତା ଗଜାନନଙ୍କ ପୂଜା କରାଯାଏ।

Related Articles

Leave a Reply

Your email address will not be published.

Back to top button