ବଢିଲା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା, ଫୁଲ ମାଳଠୁ ନେଇ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ ଅନ୍ତର୍ଘାତି ନିରୋଧି ଦଳ

ଭୁବନେଶ୍ୱର : ବଢିଲା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ସାମିଲ ହେବେ ଅନ୍ତର୍ଘାତି ନିରୋଧି ଦଳ । ସ୍ୱତନ୍ତ୍ର ତାଲିମ ନେଇ ସଶସ୍ତ୍ର ବାହିନୀ ନିଯୁକ୍ତି ହେବେ। ମୁଖ୍ୟମନ୍ତ୍ରୀ ଗସ୍ତ କରୁଥିବା ସମସ୍ତ କାର୍ୟ୍ୟକ୍ରମରେ ଏହି ସୁରକ୍ଷା ବାହିନୀ ସାମିଲ ହେବେ । ମୁଖ୍ୟମନ୍ତ୍ରୀଙ୍କ ଫୁଲ ମାଳଠୁ ନେଇ ସଭା ସମିତିର ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ଏହି ଟିମ ଯାଞ୍ଚ କରିବେ। ତେବେ ଏହି ୨୬ ଜଣିଆ ଏହି ଟିମରେ ରହିବେ ୨ ଜଣ ଡେପୁଟି କମାଣ୍ଡଡାଣ୍ଟ, ସହକାରୀ କମାଣ୍ଡଡାଣ୍ଟ, ଇନ୍ସପେକ୍ଟର, ୪ ଜଣ ସବ ଇନ୍ସପେକ୍ଟର, ହାବିଲଦାର, ଡ୍ରାଇଭର ସହ ୨୬ ଜଣ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼େଇ ଦିଆଯାଇଛି। ଏଥିପାଇଁ ନିଯୁକ୍ତ ହେବେ ୯୧ ପୋଲିସ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ସହ ବାଚସ୍ପତି , ଉପ ବାଚସ୍ପତି, ଓ ମନ୍ତ୍ରୀ ମାନଙ୍କର ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ଏଥିପାଇଁ ୭୨ ଅଧିକ ପୋଲିସ ନିୟୋଜିତ ହେବେ। ଏହି ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେବା ପାଇଁ ସିକ୍ୟୁରିଟି ଟ୍ରେନିଂ ସେଣ୍ଟର ଖୋଲାଯିବ। ଯେଉଁଥିରେ ୧୪ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ମୋଟ ୨୦୩ଟି ପଦବୀ ସୃଷ୍ଟି କରାଯାଇଛି। ମନ୍ତ୍ରୀ ନବ ଦାସ ହତ୍ୟା ପରେ ଭିଭିଆଇପି ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ପିଏସଓଙ୍କର କାର୍ୟ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଓ ଏହାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢ଼ାଯିବା ନେଇ ଚର୍ଚ୍ଚା ହେଉଛି।

Related Articles

Leave a Reply

Your email address will not be published.

Back to top button