ପ୍ରଥମ ଶ୍ରେଣୀ ବିଚାର ଅଦାଲତ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ଜେଏମ ଏଫସି କୋର୍ଟ ପରିସରରେ ଜଟଣୀ ବାର ଆସୋସି ଏସନର ୫ମ ବାର୍ଷିକ ପ୍ରତିଷ୍ଠା ଦିବସ କୋର୍ଟ ପରିସରରେ ଅନୁଷ୍ଠିତ ହୋଯାଇଅଛି। ଆସୋସିଏସନ୍ ସଭାପତି ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ବିଜୟ କୁମାର ମହପାତ୍ର ବିବରଣୀ ପାଠ କରିଥିଲେ।ସମ୍ମାନିତ ଅତିଥି ଭାବେ ଜଟଣୀ ଅଦାଲତର ବିଚାରପତି ହିତାଶ୍ରୀ ବେହେରା ଯୋଗ ଦେଇଥିଲେ l ବକ୍ତା ଭାବେ ଡେପୁଟି ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ ପ୍ରସନ୍ନ କୁମାର ପାଢ଼ୀ ଯୋଗଦେଇ ବୃତ୍ତିଗତ ନିଷ୍ଠା ଓ ସାଧୁତା ଏବଂ ବରିଷ୍ଠଙ୍କୁ ସମ୍ମାନ ଉପରେ ଗୁରୁତ୍ୱାରୋପ କରିଥିଲେ। ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ମୁଖ୍ୟ ଅତିଥି ଏବଂ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟର କୁଳପତି ଡ଼.ସୁପ୍ରିୟା ପଟ୍ଟନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କରିଥିଲେ। ଏହି ଅବସରରେ ଓଡ଼ିଶା ବାର ଆସୋସିଏସନ୍ ନବ ନିର୍ବାଚିତ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ୮ ଜଣ ଆଇନଜୀବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ବରିଷ୍ଠ ଆଇନଜୀବୀ ବିରେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ଆଇନଜୀବୀ ସାନୁଜ ମିଶ୍ର,ସଞ୍ଚୟ କୁମାର ମହାପାତ୍ର, ମିଡ଼ିଆ ସେଲ ସଂଯୋଜକ ଅକ୍ଷାଶୁଂ ଶେଖର ନାୟକ,ଶୁଭ୍ରାଂଶୁ ଶେଖର ଜେନା ଏବଂ ଜଟଣୀ ବାର୍ ଆସୋସିଏସନ୍ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବେଳେ ପରିଶେଷରେ ପ୍ରଦୀପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ l