ପୱନ୍ ଚାମଲିଙ୍ଗଙ୍କ ପାର୍ଟୀରେ ଯୋଗଦେବେ ପୂର୍ବତନ ଭାରତୀୟ ଫୁଟବଲର୍ ବାଇଚୁଙ୍ଗ ଭୁଟିଆ

ଗ୍ୟାଙ୍ଗଟୋକ: ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟକ ବାଇଚୁଙ୍ଗ ଭୁଟିଆ ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କ ନେତୃତ୍ୱରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ (SDF) ରେ ଯୋଗଦେବାକୁ ଯାଉଛନ୍ତି। ଏହି ଖବର ତାଙ୍କ ରାଜନୈତିକ ଭବିଷ୍ୟତ ବିଷୟରେ ଏକ ସପ୍ତାହ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛି। ଭୁଟିଆ ବର୍ତ୍ତମାନ ହମ୍ରୋ ସିକ୍କିମ୍ ପାର୍ଟି (HSP) ର କାର୍ଯ୍ୟକାରୀ ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି, ଯାହା ସେ ୨୦୧୮ ରେ ପ୍ରତିଷ୍ଠା କରିଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ସେ ଦଳର ଚେହେରା ଥିଲେ, କିନ୍ତୁ ଜିତିବାରେ ବିଫଳ ହୋଇଥିଲେ। ‘ସିକ୍କିମିସ୍ ସ୍ନାଇପର’ କହିଛି ଯେ, ଦଳ ସହ HSP ମିଶ୍ରଣକୁ ନେଇ ସେ SDF ସହ ଆଲୋଚନା କରୁଛନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସେ ଦଳର ଅନ୍ୟ ନେତା ଏବଂ ସଦସ୍ୟଙ୍କ ସହ ପରାମର୍ଶ କରିବେ ବୋଲି ମଧ୍ୟ କହିଛନ୍ତି। ଭୁଟିଆ କହିଛନ୍ତି ଯେ, “କିଛି ନେତାଙ୍କୁ ଭେଟିବାକୁ ବାକି ଅଛି ଏବଂ ଦୁଇ ଦଳର ମିଶ୍ରଣ ତୁରନ୍ତ ଘଟିବ ନାହିଁ, ସମୟ ଲାଗିବ। ମୁଁ ଏସଡିଏଫରେ ଯୋଗଦେବା କିମ୍ବା ମିଶ୍ରଣ ତାରିଖ ସ୍ଥିର କରି ନାହିଁ, ଏହା ଗଭୀର ଆଲୋଚନା ପରେ ଘଟିବ।”