ସଂକ୍ରମଣରୁ ସୁରକ୍ଷା ଦେବ ଶାଢ଼ି

କରୋନା ମହାମାରୀର ଏହି ସମୟରେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । ମଧ୍ୟପ୍ରଦେଶ ହସ୍ତତନ୍ତ ଏବଂ ହସ୍ତକଳା ନିଗମ ପକ୍ଷରୁ ଏଥିପାଇଁ ଏକ ନିଆରା ଉଦ୍ୟମ କରାଯାଉଛି । ନିଗମ ପକ୍ଷରୁ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ଶାଢ଼ି ପ୍ରସ୍ତୁତ କରାଯାଉଛି । ଏହି ଶାଢ଼ି ପ୍ରସ୍ତୁତି ସମୟରେ ପ୍ରାକୃତିକ ଔଷଧ ଏବଂ ଜଡ଼ିବୁଟିର ଉପଯୋଗ କରାଯାଉଛି ।

ଏଥିପାଇଁ ପ୍ରଥମେ ଲବଙ୍ଗ, ଅଳେଇଚ, ଗୋଲମରିଚ, କିଛି ଔଷଧୀୟ ଗୁଳ୍ମ ଏବଂ ଅନ୍ୟ ମସଲାର ମିଶ୍ରଣ ପ୍ରସ୍ତୁତ କରାଯାଏ । ତାପରେ ସେହି ପାଉଡର ବା ଗୁଣ୍ଡକୁ ସୂତା କପଡ଼ାରେ ପୋଟଳି ଆକାରରେ ବାନ୍ଧି ପ୍ରାୟ ୨ ଦିନ ପାଣିରେ ବୁଡ଼ାଇ ରଖାଯାଏ । ପରେ ସେହି ପାଣିକୁ ଗରମ କରାଯାଇଥାଏ । ତାର ବାମ୍ପରେ ଶାଢ଼ି ପ୍ରସ୍ତୁତ ହୋଇଥିବା କପଡ଼ାକୁ ବହୁ ଘଣ୍ଟା ଧରି ସିଝାଯାଏ । ଉଦ୍ଦେଶ୍ୟ ହେଲା ଔଷଧର ଅର୍କ ଯେପରି କପଡ଼ାରେ ଭଲ ଭାବେ ଜଡ଼ିଯିବ । ଏହି ସ୍ପଷ୍ଟୀକରଣ ପଦ୍ଧତିରେ ପ୍ରସ୍ତୁତ ହେଉଥିବା ଶାଢ଼ିରେ କୌଣସି ରୋଗ ଜୀବାଣୁ ସହଜରେ ତିଷ୍ଠିପାରନ୍ତି ନାହିଁ । ଏହି ଔଷଧୀୟ ଶାଢ଼ି ଦେହରେ ଲାଗି ରହିବା ଫଳରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇବାରେ ସହାୟକ ହେବ ବୋଲି ନିଗମ ପକ୍ଷରୁ ଦାବି କରାଯାଇଛି । ଶାଢ଼ିର ଦାମ ୩ହଜାର ମଧ୍ୟରେ ରହିଛି । ବର୍ତ୍ତମାନ ଭୋପାଳ ଓ ଇନ୍ଦୋରରେ ଏହାର ବିକ୍ରି ଆରମ୍ଭ ହୋଇଛି । ତେବେ ଏହା ଜୀବନସାରା ରୋଗ ଜୀବାଣୁକୁ ପ୍ରତିରୋଧ କରିପାରିବ ନାହିଁ । ୪ଥର ଧୁଆ ହେବା ଯାଏ ଶାଢ଼ିରେ ଏହି ଗୁଣ ରହିଥାଏ ।

Related Articles

Leave a Reply

Your email address will not be published.

Back to top button