ନୂଆ ଟେଣ୍ଡର ବିରୋଧରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ : କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀମାନେ ଆଜି ଆନ୍ଦୋଳନରେ ବସିଛନ୍ତି । ବିଶେଷ କରି ନୂଆ ସଂସ୍ଥାକୁ ଟେଣ୍ଡର ବିରୋଧରେ ଆନ୍ଦୋଳନ ଚାଲିଥିବାବେଳେ ସଫେଇ କର୍ମଚାରୀମାନେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି କରିଛନ୍ତି | ସଫେଇ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ ସଫେଇ କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ନିର୍ଦ୍ଦେଶକ ଦୁର୍ବ୍ୟବହାର କରୁଛନ୍ତି। ତେଣୁ ନିର୍ଦ୍ଦେଶକଙ୍କୁ ବଦଳି କରିବାକୁ ସେମାନେ ଦାବି କରିଛନ୍ତି | ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଯେ ଟେଣ୍ଡରର ଟର୍ମକୁ ନେଇ ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କଲୁ କିନ୍ତୁ ସେମାନେ ମାନିବାକୁ ନାରାଜ୍ । କାହାକୁ ଛଟେଇ କରାଯିବ ନାହିଁ, କିନ୍ତୁ ସେମାନଙ୍କ ଅଯୁକ୍ତିକ ଦାବି ଗ୍ରହଣୀୟ ନୁହେଁ |

Related Articles

Leave a Reply

Your email address will not be published.

Back to top button