ନନ୍ଦନକାନନକୁ ଆସିଲେ ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନକୁ ପ୍ରାଣୀ ଅଦଳ ବଦଳ ପ୍ରକ୍ରିୟାରେ ନୂଆ ଅତିଥି ଆସିଛନ୍ତି। ମିଜୋରାମର ଆଇଜୋଲ ପ୍ରାଣୀ ଉଦ୍ୟାନରୁ କିଛି ପଶୁପକ୍ଷୀଙ୍କୁ ଅଣାଯାଇଛି। ସେମାନେ ହେଲେ ଦୁଇଟି ହୁଲକ ଗିବନ, ଦୁଇଟି ଘୁଷୁରୀ ଲାଞ୍ଜ ବିଶିଷ୍ଟ ମକାକ ଓ ଗୋଟିଏ ହିମାଳୟାନ କଳାଭାଲୁ ଆଇଜୋଲ। ଦୁଇଟି ବାଘ ବଦଳରେ ଏମାନଙ୍କୁ ଅଣାଯାଇଛି। ନନ୍ଦନକାନନରେ ଥିବା ପ୍ରଜାତିଙ୍କ ମଧ୍ୟରେ ଘୁଷୁରୀ ଲାଞ୍ଜ ବିଶିଷ୍ଟ ମକାକ ନୂଆ ପ୍ରଜାତି ଅଟେ। ଏହି ପ୍ରଜାତି ଆସିବା ଫଳରେ ନନ୍ଦନ କାନନରେ ମୋଟ ପ୍ରଜାତି ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି। ଏସବୁ ପ୍ରାଣୀମାନଙ୍କୁ ଏବେ ମାସକ ପାଇଁ କ୍ୱାରେଣ୍ଟିନରେ ରଖାଯିବ। ପରେ ଦର୍ଶକମାନେ ଏମାନଙ୍କୁ ଦେଖିପାରିବେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button