ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ଟ୍ରମା କେୟାର

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଚର ଆଣ୍ଡ୍‌ ସର୍ଜରୀ କମ୍ପ୍ଲେକ୍ସର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଟ୍ରମା କେୟାର ସେଣ୍ଟର ଆଣ୍ଡ୍‌ ସର୍ଜରୀ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ନିର୍ମାଣ କାର୍ଯ୍ୟ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ଟେଣ୍ଡର ସର୍ତ୍ତ ଅନୁଯାୟୀ ନିର୍ମାଣ କାର୍ଯ୍ୟ ବିଳମ୍ବ ହେଲେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ୨୩୫ କୋଟି ବ୍ୟୟ ବରାଦରେ ନିର୍ମାଣ ହେଉଥିବା ଟ୍ରମା କେୟାର ସେଣ୍ଟର ଆଣ୍ଡ ସର୍ଜରୀ ବିଲ୍ଡିଂର ବର୍ତ୍ତମାନ ଚତୁର୍ଥ ମହଲା ନିର୍ମାଣ କାର୍ଯ୍ୟ ଚାଲିଛି। ସେହିପରି କ୍ୟାପିଟାଲ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ସହଯୋଗୀମାନଙ୍କର ରହଣୀ ଲାଗି ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହେଉଥିବା ବେଳେ ଆଟେଣ୍ଡାଣ୍ଟ ରେସିଡେଣ୍ଟ ବିଲ୍ଡିଂର ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ହସ୍ପିଟାଲର ଜଣେ କର୍ମଚାରୀ କହିଛନ୍ତି, ବର୍ତ୍ତମାନ ବିଲ୍ଡିଂର ଦ୍ୱିତୀୟ ମହଲା କାର୍ଯ୍ୟ ଶେଷ ହୋଇଛି। ସର୍ଜରୀ କମ୍ପ୍ଲେକ୍ସ, ପିଜିଆଇ ଆଡମିଶନ ବ୍ଲକ୍‌ଗୁଡିକର ନିର୍ମାଣ କାର୍ଯ୍ୟ ଚାଲିଛି। ଖୁବ୍‌ଶୀଘ୍ର ଟ୍ରମା କେୟାର କାର୍ଯ୍ୟକ୍ଷମ ହେବ।

Related Articles

Leave a Reply

Your email address will not be published.

Back to top button