୧୦୩ ବର୍ଷରେ ପାରାଶୁଟ୍‌ ଜମ୍ପ

ସାଧାରଣତଃ ବୟସ ବଢିଲେ ଲୋକେ ଦୁଃସାହସିକ କାର୍ଯ୍ୟ କରିବା ପାଇଁ ଭୟ କରନ୍ତି । କିନ୍ତୁ ଆମେରିକାର ଜଣେ ୧୦୩ ବର୍ଷର ବୃଦ୍ଧ, ନିଜର ବୟସକୁ ଖାତିର ନ କରି ଏଭଳି ଏକ ଦୁଃସାହସିକ କାର୍ଯ୍ୟ କରିଛନ୍ତି । ଆଲ୍‌ଫ୍ରେଡ୍‌ ଅଲ୍‌ ବ୍ଲାସ୍କ ନାମକ ଜଣେ ବୃଦ୍ଧ ନିଜ ଜନ୍ମଦିନରେ କିଛି ଦୃଷ୍ଟି ଆକର୍ଷଣୀୟ କାର୍ଯ୍ୟ କରିବାକୁ ଚାହୁଁଥିଲେ  । ତେଣୁ ସେ ଚିନ୍ତା କଲେ ପାରାଶୁଟ୍‌ ଜମ୍ପ କରିବା ପାଇଁ । ପାରାଶୁଟ୍‌ରୁ ସେ ୧୪ ହଜାର ଫୁଟ୍‌ ତଳକୁ ଜମ୍ପ କରିଥିଲେ । ପ୍ରତି ୧୨୦ ମାଇଲ୍‌ ବେଗରେ ସେ ତଳକୁ ଖସୁଲା ବେଳେ ସେ ଆଦୌ ଭୟବୀତ ହୋଇନଥିଲେ । ତେବେ ତାଙ୍କର ଏହି ଗିନିଜ୍‌ ରେକର୍ଡ କରିବା କାର୍ଯ୍ୟ ଯୁବପିଢିଙ୍କ ପାଇଁ ପ୍ରେରଣା ଯୋଗାଇବ ।

Related Articles

Leave a Reply

Your email address will not be published.

Back to top button