ଶସ୍ତା ହେଲା ସୋଲା, ମସୁର ଡାଲି

ନୂଆଦିଲ୍ଲୀ: ଭାରତ ସୋଲା, ମସୁର ଡାଲି ଓ ସେଓ ସମେତ ୬ଟି ଆମେରିକୀୟ ଉତ୍ପାଦ ଉପରେ ଅତିରିକ୍ତ ଟିକସ ହଟାଇ ଦେଇଛି। ବର୍ତ୍ତମାନ ଏହି ଜିନିଷଗୁଡ଼ିକ ଶସ୍ତା ମୂଲ୍ୟରେ ଭାରତରେ ଉପଲବ୍ଧ ହେବ। ଆମେରିକା ୨୦୧୯ରେ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦ ଉପରେ ଟିକସ ବୃଦ୍ଧି କରିଥିଲା। ତେଣୁ ଏହିସବୁ ଆମେରିକୀୟ ଉତ୍ପାଦ ଉପରେ ଭାରତ ଟିକସ ଲଗାଇଥିଲା। ସେହି ସମୟରେ ସମୁଦାୟ ୨୮ ଆମେରିକୀୟ ଉତ୍ପାଦ ଉପରେ ଟିକସ ଲାଗୁ କରାଯାଇଥିଲା। ଜି-୨୦ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭାରତ ଗସ୍ତ ପୂର୍ବରୁ ଏହି ସବୁ ଉତ୍ପାଦର ଟିକସ ହଟା ଯାଇଛି। ଅର୍ଥ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରି କହିଛି, ସୋଲା, ଡାଲି (ମସୁର ଡାଲି), ସେଓ, ଅଖରୋଟ ଓ ଶୁଖିଲା ବାଦାମ ସମେତ ଅନ୍ୟାନ୍ୟ ଉତ୍ପାଦ ଉପରେ ଟିକସ ହଟାଇ ଦିଆଯାଇଛି। ଏଗୁଡିକ ଉପରେ ୧୦ ରୁ ୨୦ ପ୍ରତିଶତ ଏବଂ ୭ କିଲୋଗ୍ରାମରେ ୨୦ କିଗ୍ରା ପର୍ଯ୍ୟନ୍ତ ଟିକସ ଲାଗୁ କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button