ମୁଁ କଂଗ୍ରେସର ସଦସ୍ୟ ଆଦୌ ନଥିଲି:ମନ୍ମଥ ରାଉତରାୟ

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ । ମନ୍ମଥ କହିଛନ୍ତି, କଂଗ୍ରେସରେ ମୁଁ ସଦସ୍ୟ ନଥିଲି, ନିଲମ୍ବନ କଣ ହେବି? ମୁଁ ଚାକିରିରେ ଥିଲି, ତେଣୁ କଂଗ୍ରେସର ସଦସ୍ୟ ଆଦୌ ନଥିଲି । ଯଦି ବି କେହି ମୋ ନାଁ ପିସିସି ସଦସ୍ୟ ତାଲିକାରେ ଯୋଡିଥାନ୍ତି ତେବେ କମିଟି କିଭଳି ଏହାକୁ ଗ୍ରହଣ କଲା । କାରଣ ମୁଁ କଂଗ୍ରେସରେ ସାମିଲ ହେବା ନେଇ କୌଣସି ଅନୁମତି ଦେଇନାହିଁ । ପ୍ରଥମତଃ ମୁଁ କଂଗ୍ରେସ ଦଳରେ ନାହିଁ ତେଣୁ ମୋତେ କାରଣ ଦର୍ଶାଅ ନୋଟିସ ଜାରି କରି ଦଳର ଶୃଙ୍ଖଳା କମିଟି ଭୁଲ କରିଥିଲା । ଦ୍ୱିତୀୟତଃ ଦଳରେ ନଥାଇ ସୁଦ୍ଧା ମୋତେ ନିଲମ୍ବନ କରାଯାଉଛି ଏହା ଶୃଙ୍ଖଳା କମିଟିର ଦ୍ୱିତୀୟ ଭୁଲ । ନିଲମ୍ବନ କରି ଏହି ଭୁଲ କରନ୍ତୁ ବୋଲି ମୁଁ ଚାହୁଁଥିଲି । ଏଭଳି ନିଲମ୍ବନ ଦର୍ଶାଉଛି ଯେ, ଶୃଙ୍ଖଳା କମିଟି କୌଣସି ଯାଞ୍ଚ କରୁନାହିଁ ।
ଏହାସହ ମନ୍ମଥ କହିଛନ୍ତି, ମୁଁ ଚାକିରି କରିଥିଲି ବୋଲି ସମସ୍ତେ ଜାଣିଥିଲେ ତାପରେ ବି କେମିତି ମୋତେ ଦଳରେ ସାମିଲ କଲେ ତାହା ସବୁଠୁ ବଡ ପ୍ରଶ୍ନ । ଭୁଲ ଉପରେ ଭୁଲ ନିଷ୍ପତ୍ତି କାହିଁକି ନିଆଯାଉଛି । ଏଭଳି ନିଲମ୍ବନ ମୋତେ କୌଣସି ଫରକ ପକାଇବନି । କଂଗ୍ରେସ ଦଳରେ କେହି ରିସର୍ଚ୍ଚ ନ କରି ମନଇଚ୍ଛା କାମ କରୁଛନ୍ତି । କଂଗ୍ରେସ ଦଳର ସଦସ୍ୟ କେବେ ବି ମୁଁ ନଥିଲି । ଦଳରେ ସାମିଲ ହେବାକୁ କେବେ ବି ଆପ୍ଲାଏ କରିନି । କଂଗ୍ରେସ ଏତେ ଖାମଖିଆଲି ନିଷ୍ପତ୍ତି ନେଇଛି ତାହାକୁ ଦେଖି ହସ ଲାଗୁଛି । ମୁଁ ରାଜନୀତି କରିବି କି ନାହିଁ ତାହା ପଛ କଥା କିନ୍ତୁ ନିଜ କଥାରେ ସବୁବେଳେ ଅଟଳ ରୁହନ୍ତୁ । ଏହାଛଡା ବାପାଙ୍କ ମନଦୁଃଖ କଲା ଭଳି କୌଣସି କାମ କରିବିନି । ତାଙ୍କ ମନଦୁଃଖ ଯଦି ହେବ ତେବେ ଲଢିବିନି ବୋଲି ସ୍ପଷ୍ଟ କରିଛନ୍ତି ମନ୍ମଥ ।

Related Articles

Leave a Reply

Your email address will not be published.

Back to top button