ପିଲାମାନଙ୍କ ସହ ରକ୍ଷାବନ୍ଧନ ପାଳନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭, ଲୋକ କଲ୍ୟାଣ ମାର୍ଗଠାରେ ପିଲାମାନଙ୍କ ସହିତ ରକ୍ଷାବନ୍ଧନ ପାଳନ କରିଛନ୍ତି। ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ରାଖୀ ବାନ୍ଧି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପିଲାମାନେ ଚନ୍ଦ୍ରଯାନ-୩ ମିଶନର ସାମ୍ପ୍ରତିକ ସଫଳତା ଉପରେ ସେମାନଙ୍କର ସକାରାତ୍ମକ ଭାବନା ସେୟାର କରିଥିଲେ ଏବଂ ଆଗାମୀ ଆଦିତ୍ୟ ଏଲ୍ -୧ ମିଶନ କୁ ନେଇ ଉତ୍ସାହ ପ୍ରକାଶ କରିଥିଲେ। ଆଲୋଚନା ସମୟରେ ପିଲାମାନେ କବିତା ପାଠ କରିବା ସହ ଗୀତ ଗାଇଥିଲେ। ସେମାନଙ୍କ ବକ୍ତବ୍ୟରେ ପ୍ରଭାବିତ ହୋଇ ଜନସାଧାରଣଙ୍କ ହିତ ନିମନ୍ତେ ସରକାରୀ ଯୋଜନା ସମେତ ବିଭିନ୍ନ ବିଷୟ ଉପରେ କବିତା ଲେଖିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରିଥିଲେ। ଆତ୍ମନିର୍ଭରଶୀଳତାର ଗୁରୁତ୍ୱ ବୁଝାଇ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ବିଭିନ୍ନ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକମାନଙ୍କ ସହ ଅଂଶଗ୍ରହଣ କରିଥିଲେ। ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ବୃନ୍ଦାବନର ବିଧବା ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button